ବିଶ୍ୱକପ୍‌ ହକି ଉଦ୍‌ଘାଟନ ପାଇଁ ୧୧ ଜାନୁଆରୀରେ ଓଡ଼ିଶାର ସମସ୍ତ ସ୍କୁଲ ଦିନ ୧ଟାରୁ ରହିବ ବନ୍ଦ

ଭୁବନେଶ୍ୱର(କେନ୍ୟୁଜ୍‌) : ବିଶ୍ୱକପ୍‌ ହକି ୨୦୨୩ ଆସନ୍ତାକାଲ ିଅର୍ଥାତ ୧୧ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଉଦ୍‌ଘାଟିତ ହେବାକୁ ଯାଉଛି । ଏହି ଉତ୍ସବରେ ରାଜ୍ୟର କଳା,ସଂସ୍କୃତି,ଐତିହ୍ୟ ଓ ପରମ୍ପରା ଉପରେ ଆକର୍ଷଣୀୟ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ । ଏହି ପରିପ୍ରେକ୍ଷୀରେ ରାଜ୍ୟର ସବୁ ସ୍କୁଲର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିପାରିବେ ।

ଯେଉଁଥିପାଇଁ ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡିକୁ ଅପରାହ୍ଣ ୧ ଟାରୁ ଛୁଟି ଘୋଷଣା କରିଛନ୍ତି । ଯାହାଫଳରେ ଛାତ୍ରଛାତ୍ରୀମାନେ ଏହାକୁ ଦେଖିବା ସହ ମଜା ଉଠାଇ ପାରିବେ ।

school

ସମସ୍ତ ବେସରକାରୀ ତଥା ପବ୍ଲିକ ସ୍କୁଲ (ସେଲ୍ଫଫାଇନାନ୍ସ) ବିଦ୍ୟାଳୟଗୁଡିକ ମଧ୍ୟ ଏହି ନିର୍ଦ୍ଦେଶନାମା ମାନିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.