Below header

ଆପଣଙ୍କ ଆଇଫୋନରେ 5ଜି ଚାଲୁନି କି? ଏହିସବୁ ଟିପ୍ସ କୁ ଫଲୋ କରନ୍ତୁ ଦେଖିବେ 5ଜି ଦଉଡ଼ିବ

କେନ୍ୟୁଜ୍‌(ବ୍ୟୁରୋ): ଭାରତରେ ବଢୁଛି 5ଜିର ବିସ୍ତାର । 5ଜି ନେଟଓ୍ଵାର୍କ ସହ ଯୋଡ଼ି ହେଉଛି ଗୋଟିଏ ପରେ ଗୋଟିଏ ସହର । ଦେଶର ବଡ଼ ବଡ଼ ଟେଲିକମ କମ୍ପାନୀ ଲାଗି ପଡ଼ିଛନ୍ତି ସାରା ଦେଶକୁ 5ଜି ନେଟଓ୍ଵାର୍କ ସହ ଯୋଡ଼ିବାକୁ । ଏହାସହ ସ୍ମାର୍ଟଫୋନ କମ୍ପାନୀ ସବୁ ତାଙ୍କ ଫୋନରେ 5ଜି ଅପଡେଟ୍‌ ଦେବା ଆରମ୍ଭ କରିଦେଲେଣି । କେବଳ ସେତିକି ନୁହେଁ ବଜାରକୁ 5ଜି ଟେକ୍ନୋଲୋଜି ସହ ନୂଆ ନୂଆ ସ୍ମାର୍ଟଫୋନ ଆସିଲାଣି ।

ଆପଣ ଆଇଫୋନ ବ୍ୟବହାର କରୁଛନ୍ତି କି? ଆପଣଙ୍କ ଫୋନରେ 5ଜି ନେଟଓ୍ଵାର୍କ ବ୍ୟବହାର କରିବାରେ ଅସୁବିଧା ଅନୁଭବ କରୁଛନ୍ତି କି? ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସେଭଳି କିଛି ଟିପ୍ସ ଯାହା ମାଧ୍ୟମରେ ଆପଣ ଆପଣଙ୍କ ଆଇଫୋନରେ 5ଜି ନେଟଓ୍ଵାର୍କର ଲାଭ ଉଠାଇ ପରିବେ ।

ଆପଣଙ୍କୁ ପ୍ରଥମେ ଏହା ଜାଣିବାକୁ ପଡ଼ିବ ଆପଣଙ୍କ ଆଇଫୋନ 5ଜିକୁ ସପୋର୍ଟ କରୁଛି କି ନାହିଁ । ଆମେ ଆପଣଙ୍କୁ କହି ରଖୁଛୁ କି ଆଇଫୋନ ୧୨ ସିରିଜ ଓ ଏହାପରେ ଆସିଥିବା ଫୋନରେ ହିଁ 5ଜିକୁ ସପୋର୍ଟର ସୁବିଧା ରହିଛି । ଏହାସହ ଆପଣ ଆଇଫୋନର ଅଫିସିଆଲ େଓ୍ଵବସାଇଟକୁ ଯାଇ 5ଜି ସପୋର୍ଟ କରୁଥିବା ଫୋନର ତାଲିକା ଯାଞ୍ଚ କରିପାରିବେ ।

ଏହାପରେ ଆପଣ ଦେଖନ୍ତୁ କି ଆପଣଙ୍କ ଅଞ୍ଚଳରେ 5ଜି ସେବା ଉପଲବ୍ଧ ଅଛି ନା ନାହିଁ । ଏବେବି କିଛି ଅଞ୍ଚଳ ଏପରି ଅଛି ଯେଉଁଠି 5ଜି ସେବା ଉବଲବ୍ଧ ନାହିଁ । ଯଦି ଆପଣଙ୍କ ଫୋନରେ 5ଜି ସପୋର୍ଟ କରୁଛି ଓ ଆପଣଙ୍କ ଅଞ୍ଚଳରେ 5ଜି ଉପଲବ୍ଧ ଅଛି ତଥାପି ଆପଣ 5ଜି ନେଟଓ୍ଵାର୍କର ଲାଭ ଉଠାଇ ପାରୁ ନାହାଁନ୍ତି । ତେବେ ଆପଣ ଦେଖନ୍ତୁ ଆପଣ 5ଜି ପ୍ଲାନ ନେଇଛନ୍ତି ନା ନାହିଁ ।

ଏହିସବୁ ପରେବି ଯଦି ଆପଣଙ୍କ ଫୋନରେ 5ଜି ନେଟଓ୍ଵାର୍କ କାମ କରୁନାହିଁ ତେବେ ଆପଣ ଦେଖନ୍ତୁକି ଆପଣଙ୍କ ଫୋନରେ 5ଜି ଆନବେଲ ଅଛି ନା ନାହିଁ । ଏଥିପାଇଁ ଆପଣ ସେଟିଙ୍ଗକୁ ଯାଆନ୍ତୁ । ଏହାପରେ ମୋବାଇଲ ଡାଟା ଉପରେ ଟାପ କରନ୍ତୁ । ଏହାପରେ ଭଏସ ଓ ଡାଟା ଉପରେ ଟାପ କରନ୍ତୁ । ଭଏସ ଓ ଡାଟାକୁ ଯାଇ କଲର 5ଜି ଅନକୁ ସିଲେକ୍ଟ କରନ୍ତୁ । 5ଜି ଆନାବେଲ କରିବା ପରେବି ଯଦି କାମ କରୁନି ତେବେ ଏୟାରପ୍ଲେନ ମୋଡକୁ ଥରେ ଅନ ଅଫ କରନ୍ତୁ ।

ଏହାସବୁ ପରେ ବି ଯଦି ଆପଣଙ୍କ ଫୋନରେ 5ଜି ନେଟଓ୍ଵାର୍କ କାମ କରୁନାହିଁ । ଆପଣ ଆପଣଙ୍କ ଆଇଫୋନରେ iOS ଅପଡେଟ୍‌ କରନ୍ତୁ । ଏଥିପାଇଁ ଆପଣଙ୍କୁ ସେଟିଙ୍ଗକୁ ଯିବାକୁ ହେବ । ଏହାପରେ ଜେନେରାଲରେ ଟାପ କରିବେ । ଏହାପରେ Software Update ଉପରେ ଟାପ କରନ୍ତୁ ।

ବେଳେବେଳେ ନେଟଓ୍ଵାର୍କ ସେଟିଙ୍ଗକୁ ରିସେଟ କଲେ କାମ ହୋଇ ଯାଇଥାଏ । ଏଥିପାଇଁ ଜେନେରାଲକୁ ଯାଆନ୍ତୁ । ଏହାପରେ Transfer ଓ Reset iPhone ଉପରେ ଟାପ କରନ୍ତୁ । ଏହାପରେ Reset Network Settings ଉପରେ ଟାପ କରନ୍ତୁ । ଆଶା କରୁଛୁ ଏହିସବୁ ଟିପ୍ସ ଆପଣଙ୍କ କାମରେ ଆସିଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.