Below header

ବାଲେଶ୍ୱର: ସପ୍ତମ ଶ୍ରେଣୀର ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟଣା, ଦୀର୍ଘ ୯ ଘଣ୍ଟା ପରେ ମୁକୁଳିଲେ ଅଟକ ଥିବା ସ୍କୁଲ ଶିକ୍ଷକ ଓ କର୍ମଚାରୀ

ବାଲେଶ୍ୱର(କେନ୍ୟୁଜ୍) : ଦୀର୍ଘ ୯ଘଣ୍ଟା ପରେ ମୁକୁଳିଲେ ଅଟକ ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ ଓ ସ୍କୁଲ କର୍ମଚାରୀ। ବାଲେଶ୍ୱର ଜିଲ୍ଲା ଖଇରା ଥାନାର ରଟିଣା ପଞ୍ଚାୟତ ନୋଡାଲ ହାଇସ୍କୁଲର ସପ୍ତମ ଶ୍ରେଣୀର ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଅଟକ ରଖିଥିଲେ ଉତ୍ତ୍ୟକ୍ତ ଲୋକେ। ସ୍କୁଲ ଛାତ୍ରଙ୍କ ମୃତ୍ୟୁ ପରେ ଅଭିଭାବକ ଓ ଉତ୍ତ୍ୟକ୍ତ ଲୋକେ ବିଦ୍ୟାଳୟରେ ପହଞ୍ଚି ପାଟିତୁଣ୍ଡ ଓ ମାଡପିଟ କରିବା ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏକ କୋଠରୀରେ ବନ୍ଦ କରି ଅଟକ ରଖିଥିଲେ। ଦୀର୍ଘ ୯ଘଣ୍ଟା ଅଟକ ରଖିବା ପରେ ବିଳମ୍ବିତ ରାତିରେ ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା କମିଥିଲା। ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ଘୋଷଣା ପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଛାଡ଼ିଥିଲେ ଗ୍ରାମବାସୀ। ଗତକାଲି ଖେଳ ଛୁଟିରେ ସପ୍ତମ ଶ୍ରେଣୀର ୨ଜଣ ଛାତ୍ର ସ୍କୁଲ ନିକଟସ୍ଥ କେନାଲରୁ ଗୋଡ଼ ଧୋଇବାକୁ ଯାଇ ଭାସିଯାଇ ମୃତ୍ୟୁବରଣ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.