ଅଗଷ୍ଟ ୨୩ରୁ ଭୁବନେଶ୍ୱର ମହାନଗର ନିଗମରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର(କେନ୍ଯୁଜ୍): ଅଗଷ୍ଟ ୨୩ରୁ ଭୁବନେଶ୍ୱର ମହାନଗର ନିଗମରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । କୋଭିଡ କଟକଣାର କଡ଼ାକଡ଼ି ପାଳନ ମଧ୍ୟରେ ଖୋଲିବ ମନ୍ଦିର। ମନ୍ଦିର ଗର୍ଭଗୃହକୁ କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁଙ୍କୁ ପ୍ରବେଶ ବାରଣ କରାଯାଇଛି। ମନ୍ଦିର ମଧ୍ୟରେ ଭୋଗ ଲାଗି ହେବ ନାହିଁ। ଲିଙ୍ଗରାଜ ମନ୍ଦିର ପ୍ରଶାସନ ୨୩ କିମ୍ବା ପରବର୍ତ୍ତୀ ତାରିଖରେ ଖୋଲିବା ନେଇ ନିିଷ୍ପତ୍ତି ନେଇପାରିବେ। ଲିଙ୍ଗରାଜ ମନ୍ଦିରରେ ସିଂହଦ୍ୱାର ଠାରୁ ଆଡ଼କାଠ ମଧ୍ୟରେ ସର୍ବାଧିକ ଶହେ ଜଣଙ୍କୁ ପ୍ରବେଶ ଅନୁମତି ମିଳିବ।

ତେବେ ଗର୍ଭଗୃହକୁ କେହି ପ୍ରବେଶ କରିପାରିବେ ନାହିଁ। ଭକ୍ତ ଓ ଶ୍ରଦ୍ଧାଳୁ କେବଳ ଦର୍ଶନ କରିପାରିବେ। ଭକ୍ତଙ୍କ ପ୍ରବେଶ ପାଇଁ ବିଏମସି ପକ୍ଷରୁ ବ୍ୟାରିକେଡ କରାଯିବ। ଭୁବନେଶ୍ୱରର ସମସ୍ତ ମସ୍‌ଜିଦ୍‌, ଚର୍ଚ୍ଚ ଓ ଗୁରୁଦ୍ୱାରା ମଧ୍ୟ କୋଭିଡ କଟକଣାରେ ଖୋଲିବ। ଦର୍ଶନ ବେଳେ ଭକ୍ତଙ୍କ ମଧ୍ୟରେ ୬ଫୁଟ ସାମାଜିକ ଦୂରତା ରହିବ। ସମସ୍ତ ଧର୍ମାନୁଷ୍ଠାନରେ ସର୍ବାଧିକ ୨୫ଜଣଙ୍କୁ ପ୍ରବେଶ ଅନୁମତି ମିଳିବ। ସମସ୍ତେ ମାସ୍କ ପିନ୍ଧିବା ସହ ହାତ ସାନିଟାଇଜ କରିବେ। ସେବାୟତ ଓ ଧର୍ମାନୁଷ୍ଠାନ ମୁଖ୍ୟଙ୍କ ଆରଟିପିସିଆର ରିପୋର୍ଟ ନେଗେଟିଭ ରହିବା ବାଧ୍ୟତାମୂଳକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.