ଚିକିତ୍ସା ଅଭାବ ଯୋଗୁଁ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ଥାନାରେ ଏତଲା

ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ମୃତ୍ୟୁ । ଏହାକୁ ନେଇ ଜୟପୁର ଜିଲ୍ଲା ଡାକ୍ତରଖାନାରେ ଉତ୍ତେଜନା ।

ଜୟପୁର (କେନ୍ୟୁଜ): ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ମୃତ୍ୟୁ । ଏହାକୁ ନେଇ ଜୟପୁର ଜିଲ୍ଲା ଡାକ୍ତରଖାନାରେ ଉତ୍ତେଜନା । ପରିବାର ଲୋକେ ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣି ଥାନାର ଦ୍ୱାରସ୍ତ ହୋଇଛନ୍ତି ।

ଜଲାପୁଟରୁ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଜୟପୁର ଡାକ୍ତରଖାନାକୁ ଆସିଥିଲେ ସୂର୍ଯ୍ୟତଜା ବଡନାୟକ । ଅସ୍ତ୍ରୋପଚାର କରିବାକୁ ଯିବାର କିଛି ସମୟ ପରେ ମେଡିକାଲ ପକ୍ଷରୁ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ କୁହାଯାଇଥିଲା । ଯାହାକୁ ନେଇ ଚିକିତ୍ସା ଅବହେଳା ଅଭିଯୋଗରେ ନ୍ୟାୟ ପାଇଁ ଧାରଣାରେ ବସିଥିଲେ ପରିବାର । ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.