କାର୍‌ରେ ଆସି ଫିଲ୍ମ ଷ୍ଟାଇଲରେ ଚୋରି କରୁଥିଲେ ଛେଳି: ଧରା ପଡିବା ପରେ ନିର୍ଦ୍ଧୁମ ଛେଚା ଖାଇଲେ ୩ ଚୋର

ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ମଉଦା ଗାଁର ଘଟଣା । କାର୍‌ରେ ଆସି ଗାଁର ଜଣେ ବ୍ୟକ୍ତିଙ୍କ ୨ଟି ଛେଳିକୁ ଚୋରି କରି ନେଇ ଯାଉଥିବା ବେଳେ ଗାଁ ଲୋକଙ୍କ ହାବୁଡରେ ପଡିଥିଲେ ୩ ଚୋର।

ମୟୁରଭଞ୍ଜ (କେନ୍ୟୁଜ): ହାଇଟେକ୍‌ ଷ୍ଟାଇଲରେ ଚୋରି । କାର୍‌ରେ ଆସି ଛେଳି ଚୋରି । ଧରା ପଡିବା ପରେ ନିର୍ଦ୍ଧୁମ ଛେଚା ଖାଇଲେ ୩ ଛେଳି ଚୋର । ଗଛରେ ବାନ୍ଧି ନିର୍ଦ୍ଧୁମ ପିଟିଛନ୍ତି ଗ୍ରାମବାସୀ । ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ମଉଦା ଗାଁର ଘଟଣା ।

କାର୍‌ରେ ଆସି ଗାଁର ଜଣେ ବ୍ୟକ୍ତିଙ୍କ ୨ଟି ଛେଳିକୁ ଚୋରି କରି ନେଇ ଯାଉଥିବା ବେଳେ ଗାଁ ଲୋକଙ୍କ ହାବୁଡରେ ପଡିଥିଲେ ୩ ଚୋର। ୩ ଅଭିଯୁକ୍ତ ହେଉଛନ୍ତି ବାଙ୍ଗିରିପୋଷି ଥାନା କାଳିଆମି ଗାଁର ସାଧୁ ବିନ୍ଧାଣି, ଆମ୍ବଗଡିଆ ଗାଁର ରାଜେନ୍ଦ୍ର ନାଥ, କରତବସା ଗାଁର ସନିଆ ସିଂ । ଖବର ପାଇ ବେତନଟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛେଳିଚୋର, ଚୋରିରେ ବ୍ୟବହୃତ କାର ଓ ଚୋରି ଛେଳିକୁ ଥାନାକୁ ଆଣିଥିଲେ । ପରେ ଛେଳି ଗୁଡିକୁ ମାଲିକଙ୍କୁ ହସ୍ତାନ୍ତର କରିଛି ପୋଲିସ୍‌ । ଘଟଣାର ତଦନ୍ତ କରିଛି ପୋଲିସ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.