ପୁଣି ଏକ ହାତୀ ମୃତ: ରାସ୍ତା ଅତିକ୍ରମ କରୁଥିବା ବେଳେ ଟ୍ରେନ ଧକ୍କାରେ ଗଲା ଦନ୍ତାର ଜୀବନ

ଅନୁଗୁଳ-ସମ୍ବଲପୁର ରେଳ ଲାଇନ୍‌ ଜରପଡ଼ା ଗାଁ ନିକଟରେ ଟ୍ରେନ୍‌ଟି ହାତୀକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ପ୍ରାୟ ୧୦୦ ମିଟର ଦୂରରେ ଛିଟକି ପଡିଥିଲା ହାତୀ।

ଅନୁଗୁଳ (କେନ୍ୟୁଜ): ପୁଣି ଏକ ହାତୀ ମୃତ। ଟ୍ରେନରେ କଟି ଗଲା ଦନ୍ତାର ଜୀବନ। ଅନୁଗୁଳ-ସମ୍ବଲପୁର ରେଳ ଲାଇନ୍‌ ଜରପଡ଼ା ଗାଁ ନିକଟରେ ଟ୍ରେନ୍‌ଟି ହାତୀକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ପ୍ରାୟ ୧୦୦ ମିଟର ଦୂରରେ ଛିଟକି ପଡିଥିଲା ହାତୀ।

ସମ୍ବଲପୁର- ସାଲିମାର ଟ୍ରେନରେ କଟି ହାତୀ ମରିଥିବା ସୂଚନା। ହାତୀଟି ରେଳଧାରଣା ଅତିକ୍ରମ କରୁଥିବା ବେଳେ ଟ୍ରେନ ଧକ୍କାରେ କଟିଯାଇଥିବା ଜଣାପଡିଛି। ଖବରପାଇ ବନବିଭାଗ ଓ ରେଲ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.