ମହିଳାଙ୍କ ସନ୍ଦେହଜନକ ମୃତ୍ଯୁ: ବାପଘର ଆଣିଲେ ହତ୍ଯା ଅଭିଯୋଗ, ଥାନାରେ ମାମଲା ରୁଜୁ

ଆନନ୍ଦପୁର:  ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା କେଶଦୁରାପାଳ ଗାଁରେ ଜଣେ ବିବାହିତା ମହିଳାଙ୍କ ମୃତ୍ଯୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମହିଳାଙ୍କ ବାପଘର ଲୋକେ ଝିଅକୁ ହତ୍ଯା କରାଯାଇଥିବା ଅଭିଯୋଗ କରି ଥାନାରେ ଲିଖିତ ଏତଲା ଦେଇଛନ୍ତି । କଟକ ଜିଲ୍ଲା ଟାଙ୍ଗି ଥାନା  ରଶିକନଗର ଗାଁ କୈଳାସ ନାୟକଙ୍କ ଝୀଅ ଜୟନ୍ତୀଙ୍କ ସହ ଘସିପୁରା ଥାନା କେଶଦୁରାପାଳ ଗାଁର ଘନଶ୍ଯାମ ସାହୁଙ୍କ ପୁଅ ବିପିନ୍ ର ବିବାହ ହୋଇଥିଲା ।

ତେବେ ବିବାହ ପରେ ଅଧିକ ଯୌତୁକ ଦାବି ନେଇ ଝିଅକୁ ବାରାମ୍ବାର ନିର୍ଯ୍ଯାତନା ଦିଆଯାଉଥିଲା । ଗତକାଲି ଶାଶୁଘର ଲୋକେ ବାପଘର ଲୋକଙ୍କୁ ଜୟନ୍ତୀ ଅସୁସ୍ଥ ଥିବା ଓ ଡାକ୍ତରଖାନାରେ ଭର୍ତି ହୋଇଥିବା କଥା ଫୋନ କରି କହିଥିଲେ । ହେଲେ ବାପଘର ଲୋକେ ପହଁଞ୍ଚିବା ପରେ  ଜାଣିବାକୁ ପାଇଥିଲେ ଯେ ଜୟନ୍ତୀର ମୃତ୍ୟୁ ତା ଶ୍ବଶୁର ଘରୁ ହିଁ ହେଇଛି । ପୋଲିସ ଘଟଣାର ଉଚିତ ତଦନ୍ତ କରିବା ସହିତ ଘଟଣାର ସତ୍ୟାସତ୍ୟ ଜାଣିବାକୁ ଦାବି କରିଛନ୍ତି ବାପଘର ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.