ରାଜକୁମାର ରାଓ ଓ ଭୂମି ପେଡନେକର ଆରମ୍ଭ କଲେ ‘ବଧାଇ ଦୋ’ର ସୁଟିଂ, ସେୟାର କଲେ ପ୍ରଥମ ଦିନ ଫଟୋ

ଅଭିନେତା ରାଜକୁମାର ରାଓ ଓ ଅଭିନେତ୍ରୀ ଭୂମି ପେଡନେକରଙ୍କ ଆଗାମୀ କମେଡି ଫିଲ୍ମ ‘ବଧାଇ ଦୋ’ର ସୁଟିଂ ମଙ୍ଗଳବାର ଆରମ୍ଭ ହୋଇଛି। ଏହି ଫିଲ୍ମ ‘ବଧାଇ ହୋ’ର ସିକ୍ୱେଲ। ଭୂମି ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଉତ୍ତରାଖଣ୍ଡର ଡେରାଡୁନ୍‌ରେ ସୁଟିଂର ପ୍ରଥମ ଦିନର ଫଟୋ ସେୟାର କରିଛନ୍ତି।

ଫଟୋ ସେୟାର କରି ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ‘ନୂଆ ଆରମ୍ଭ ପାଇଁ ପୂରା ଟିମ୍‌କୁ ଅଭିନନ୍ଦନ’। ‘ବଧାଇ ଦୋ’ର ନିର୍ଦ୍ଦେଶନା ଦେଉଛନ୍ତି ହର୍ଷବର୍ଦ୍ଧନ କୁଲକର୍ଣ୍ଣୀ। ଏହା ପୂର୍ବରୁ ୨୦୧୫ ମସିହାରେ ସେ ‘ହଣ୍ଟର’ ଫିଲ୍ମରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ‘ବଧାଇ ହୋ’ର କାହାଣୀ ଲେଖିଥିବା ସୁମନ୍‌ ଅଧିକାରୀ ଓ ଅକ୍ଷତ ଘିଲ୍ଡିୟାଲ ଏହି ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି।

 

View this post on Instagram

 

A post shared by Bhumi 🌻 (@bhumipednekar)


ଫିଲ୍ମରେ ରାଜକୁମାର ଦିଲ୍ଲୀ ପୋଲିସର ଜଣେ ଅଧିକାରୀ ଭାବେ ଅଭିନୟ କରିଛନ୍ତି। ସେ ମହିଳା ଥାନାର ଏକମାତ୍ର ପୁରୁଷ ପୋଲିସ ଭୂମିକାରେ ଅଭିନୟ କରୁଛନ୍ତି। ଅନ୍ୟପଟେ ଭୂମି ଜଣେ ସ୍କୁଲ ପିଟି ଶିକ୍ଷୟିତ୍ରୀ ଅଛନ୍ତି। ଉଭୟ ପରସ୍ପରର ବିପରୀତ ହୋଇଥିଲେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ବିବାହ ପରେ ସେମାନଙ୍କ ଜୀବନରେ କି କି ଝଡ଼ଝଞ୍ଜା ଆସୁଛି ତାହା ଫିଲ୍ମରେ ଦେଖିବାକୁ ମିଳିବ। ଆସନ୍ତା ବର୍ଷ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.