ମୁଖ୍ୟମନ୍ତ୍ରୀ ଥିବା ସମୟରେ ସରକାରୀ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ମେହବୁବା ମୁଫତି, ବେଡ଼ସିଟ କିଣାରେ ବ୍ୟୟ ହୋଇଛି ୧୧ ଲକ୍ଷ

ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହମୁବା ମୁଫତି ନିଜ ସଉକ ପୁରଣ କରିବା ପାଇଁ ନିମିଷକେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଜମା ବି ପଛଘୁଞ୍ଚା ଦିଅନ୍ତି ନାହିଁ । ଏମିତିକି ୬ ମାସରୁ ସମୟର ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ଭିତରେ ସରକାରୀ ପାଣ୍ଠିରୁ ୮୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରିଛନ୍ତି ମେହମୂବା । ଲକ୍ଷ ଲକ୍ଷ ଟଙ୍କାରେ କାଲୀନ, ବେଡ଼ସିଟ, ଏଲଇଡ଼ି କିଣି ଏକ ରାଜକୀୟ ଜୀବନ ଅତିବାହିତ କରିଛନ୍ତି ମେହମୂବା ।

mehbooba

ଏହି ନିକଟରେ ବିଭାଗ ତରଫରୁ ୨୦୧୬ ରୁ ୨୦୧୮ ମଧ୍ୟରେ ମେହବୁବାଙ୍କ ବାସଭବନ ଉପରେ ଖର୍ଚ୍ଚ କରାଯାଇ ଥିବା ଧନ ବାବଦରେ ରିପୋର୍ଟ ପ୍ରକାଶ ପାଇଥିଲା । ଆଉ ଏହି ରିପୋର୍ଟ ଅନୁଯାୟୀ ୨୦୧୮ ମସିହାରେ ହିଁ ସର୍ବାଧିକ ଖର୍ଚ୍ଚ ହୋଇଛି । ସରକାରୀ ପାଣ୍ଠିରେ ୧୪ ଟି ଅତି ମହଙ୍ଗା ଦ୍ରବ୍ୟ କିଣିଛନ୍ତି ମୁଫତି । ଲକ୍ଷ ଲକ୍ଷ ମୂଲ୍ୟର ଫର୍ନିଚର, ପ୍ରାୟ ତିନି ଲକ୍ଷ ଟଙ୍କା ମୂଲ୍ୟର ଗାର୍ଡେନ ଅମ୍ବରେଲା କିଣାଯାଇଛି । ଜାଣି ଅବାକ ହେବେ ମେହବୁବାଙ୍କ ବାଥରୁମ ସ୍ଲିପର ଦାମ ୬ ହଜାର ୮୦୦ ଟଙ୍କା ହେବ । ଘର ପାଇଁ କେବଳ ଭ୍ୟାକୁମ କ୍ଲିନରରେ ଖର୍ଚ୍ଚ ହୋଇଛି ଲକ୍ଷେ ୧
ଲକ୍ଷ ୨୫ ହଜାର ଟଙ୍କା । ମହଙ୍ଗା ମହଙ୍ଗା ମୂଲ୍ୟର ଆଲିସାନ ଚୌକି ବି କିଣା ଯାଇଛି ।

ଶ୍ରୀ ନଗରର ଆରଟିଆଇ କାର୍ଯ୍ୟକର୍ତ୍ତା ଇନାମ ଉନ ନବୀଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ଆର୍ଟିଆଇ ଜରିଆରେ ହିଁ ଏହି ତଥ୍ୟ ଗୁଡିକ ପଦାକୁ ଆସିଛି । ୨୦୧୮ ମସିହା ଜାନୁଆରୀ ମାସରୁ ଜୁନ ମସିହା ମଧ୍ୟରେ ଗୁପକାର ରୋଡ଼ ସ୍ଥିତ ସିଏମ ଆବାସ ସାଜସଜ୍ଜା ଓ ହସ୍ପିଟାଲିଟି ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି । ସରକାରୀ ଅର୍ଥରେ ଦାମୀ ଦାମୀ ଜିନିଷ କିଣି ନିଜ ସଉକ ପୂରଣ କରିଛନ୍ତି ଜାମ୍ମୁ କାଶ୍ମୀରର ଏହି ସ୍ୱଳ୍ପ ଆୟୁ ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.