ନିଜ କାର ନମ୍ବର ବଦଳାଇ ରତନ ଟାଟାଙ୍କ କାର ନମ୍ବର ଲଗାଇଥିଲେ ଯୁବତୀ, ସିସିଟିଭି ଫୁଟେଜ୍‌ରେ ଧରାପଡ଼ିଲେ

ନିଜ କାରର ନମ୍ବର ପ୍ଲେଟ୍‌କୁ ବଦଳାଇ ଉଦ୍ୟୋଗପତି ରତନ ଟାଟାଙ୍କ କାରର ନମ୍ବର ପ୍ଲେଟ୍‌ ଭଳି କରିବା ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଉକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି।

ଏ ନେଇ ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି, ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ଟାଟାଙ୍କ କାର ବିରୋଧରେ କଟାଯାଇଥିବା ଇ-ଚାଲାଣକୁ ମହିଳାଙ୍କ ନାଁକୁ ଟ୍ରାନ୍ସଫର କରାଯାଇଛି। ମହିଳା ଜଣକ ନିଜ ପସନ୍ଦର ନମ୍ବର ପ୍ଲେଟ୍‌ ରଖିବା ପାଇଁ ତାହାକୁ ମନ ଇଚ୍ଛା ବଦଳାଇ ଦେଇଥିଲେ। କିନ୍ତୁ ସେ ଜାଣିନଥିଲେ ଯେ ସେ ଯେଉଁ କାରର ନମ୍ବର ଲଗାଇଛନ୍ତି ତାହା ପ୍ରକୃତରେ ରତନ ଟାଟାଙ୍କ କାର ନମ୍ବର।

ratan tata

ତେବେ ପୂର୍ବରୁ ପୋଲିସକୁ ଏକ ନକଲି ନମ୍ବର ପ୍ଲେଟ୍‌ ଥିବା କାର ବିଷୟରେ ଅଭିଯୋଗ ମିଳିଥିଲା। ତଦନ୍ତ ବେଳେ ସିସିଟିଭି ଫୁଟେଜ୍‌ରେ ଏହି କାରକୁ ଧରାଯାଇଥିଲା। କାରର ମାଲିକ ଜଣେ ମହିଳା ବୋଲି ଜଣାପଡ଼ିଛି। ଅଭିଯୁକ୍ତ ମହିଳା ଜଣକ ଏକ ଘରୋଇ କମ୍ପାନୀର ନିର୍ଦ୍ଦେଶିକା। ତେବେ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି। ଉକ୍ତ ମହିଳାଙ୍କ ବିରୋଧରେ ମୋଟରଯାନ ଅଧିନିୟମର ଧାରା ୪୨୦ ଓ ୪୬୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

You might also like