ନାବାଳିକା ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ବଡ ବାପାକୁ ଗିରଫ କଲା ପୋଲିସ

କଟକ (କେନ୍ୟୁଜ): କଟକ ସଦର ଥାନା ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଜଣେ ଗରିଫ । ଅଭିଯୁକ୍ତ ବଡବାପାକୁ ଗିରଫ କରିଛି ସଦରଥାନା ପୋଲିସ । ଅଭିଯୁକ୍ତ ଜଣକ ନାବାଳିକାଙ୍କ ସମ୍ପର୍କୀୟ ବଡ଼ ବାପା ବୋଲି ଜଣାପଡିଛି । ପୋକ୍ସୋ କୋର୍ଟରେ ନାବାଳିକା ଦେଇଥିବା ବୟାନ ଆଧାରରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଗତ ଦୁଇ ମାସ ମଧ୍ୟରେ ନାବାଳିକାକୁ ଦୁଇଥର ଦୁଷ୍କର୍ମ କରିଥିବା ନେଇ କୋର୍ଟରେ ବୟାନ ଦେଇଛନ୍ତି ପୀଡିତା। ଘଟଣାରେ ଅଭିଯୁକ୍ତ ବଡବାପାକୁ ଗିରଫ କରିଥିବା ବେଳେ, ଆଉ କାହାର ସଂପୃକ୍ତି ଅଛି ନା ନାହିଁ ସେ ନେଇ ମଧ୍ୟ ତଦନ୍ତ କରାଯାଉଥିବା ଡିସିପି ପିନାକ ମିଶ୍ର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.