କୁନି ଝିଅର ମହାନତା ! ମୃତ୍ୟୁ ପରେ ଜଣେ ମହିଳାଙ୍କୁ ନୂଆ ଜୀବନ ଦେଲେ ୧୪ ବର୍ଷୀୟା ନାବାଳିକା

କଟକ (କେନ୍ୟୁଜ): କଟକ ଏସସିବି ମେଡିକାଲରେ ପୁଣି ସଫଳ ହେଲା କାର୍ଡାଭାରିକ କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର । ବ୍ରହ୍ମପୁର ଅଞ୍ଚଳର ୧୪ ବର୍ଷର ଝିଅ ସ୍ମୃତି ସମ୍ରିଦ୍ଧିଙ୍କ ବ୍ରେନ୍‌ ଡେଡ ପରେ ତାଙ୍କ ପରିବାର ଲୋକ କିଡନୀ ଦାନ କରିବାକୁ ସମ୍ମତି ପ୍ରକାଶ କରିଥିଲେ । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଏସସିବିର ୩ ଜଣିଆ ଡାକ୍ତରୀ ଦଳ ଆଜି ସକାଳେ ମୃତ ନାବାଳିକା ଶରୀରରୁ ଗୋଟିଏ କିଡନି ସଫଳତାର ସହ ବାହାର କରି କଟକ ଏସସିବିକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଆଣିଥିଲେ ।

ଏସସିବି ମେଡିକାଲ କଲେଜର ନେଫ୍ରୋଲୋଜି ଓ ୟୁରୋଲୋଜି ବିଭାଗର ମିଳିତ ଉଦ୍ୟମରେ ସଫଳତାର ସହ କିଡନୀ ପ୍ରତିରୋପଣ କରାଯାଇଥିଲା । ଜଗତସିଂହପୁର ଅଞ୍ଚଳର ୩୪ ବର୍ଷିୟ ମହିଳା ଅନାନିକା ସାହୁଙ୍କ ଶରୀରରେ ଗୋଟିଏ କିଡନୀ ଟ୍ରାନସପ୍ଲାଣ୍ଟ କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । କୋଭିଡ ମହାମାରୀ ପରେ ଏହା ଏସସିବିରେ ପ୍ରଥମ କାର୍ଡାଭାରିକ କିଡନି ପ୍ରତିରୋପଣ ଅସ୍ତ୍ରୋପଚାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.