ଭଦ୍ରକ ମେରାଇନ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା: ପ୍ରଥମେ ନାବାଳିକାଙ୍କୁ ଅପହରଣ ପରେ ବିବାହ ଏବଂ ହତ୍ୟା !

ଚାନ୍ଦବାଲି(କେନ୍ଯୁଜ୍): ନାବାଳିକାଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ । ପ୍ରଥମେ ଅପହରଣ ପରେ ବିବାହ ଏବଂ ହତ୍ୟା । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମରା ମେରାଇନ ଥାନା ଅଞ୍ଚଳରୁ । ଶାଶୁ ଘର ଲୋକେ ଏହାକୁ ଆତ୍ମହତ୍ୟାର ରୂପ ଦେଉଥିବା ନାବାଳିକାଙ୍କ ବାପା ମେରାଇନ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ଗତ ଏପ୍ରିଲରେ ଦକ୍ଷିଣ ଧାମରା ଗାଁର କରବୀର ମାଝୀଙ୍କ ଝିଅକୁ ଜାଗୁଳା ସୁରେଶ ଲେଙ୍କା ଅପହରଣ କରି ନେଇ ବିବାହ କରିଥିଲା । ଏବେ ଝିଅର ହତ୍ୟା କରି ଆତ୍ମହତ୍ୟା କହୁଥିବା ଅଭିଯୋଗ ହୋଇଛିି । ଅଭିଯୋଗନୁଯାୟୀ ପୋଲିସ ଘଟଣାର ତଦନ୍ତ କରି ସୁରେଶ ଲେଙ୍କାକୁ ଅଟକ ରଖି ପଚରାଉଚରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.