ଡେଲଟା ପ୍ଲସର ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଚେତାବନୀ

କରୋନା ସଂକ୍ରମଣ ଏବଂ ଏଥିରେ ହେଉଥିବା ମୃତ୍ୟୁ ଜନିତ ସଂଖ୍ୟାର ବୃଦ୍ଧି ପୁନର୍ବାର ସମସ୍ୟା ବଢ଼ାଇଛି । ସଂକ୍ରମଣର ସଂଖ୍ୟା ବଢ଼ିବା କାରଣରୁ ପୁନର୍ବାର କଡ଼ା ନିୟମ ଲାଗୁ ହେବାର ସମ୍ଭାବନା ରହିଛି । ଏହାଦ୍ୱାରା ଜନ ଜୀବନ ପ୍ରତି ପୁଣି ଥରେ ପ୍ରଭାବ ମଧ୍ୟ ପଡ଼ିବ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବୁଧବାର ଏକ ସୂଚନା ଜାରୀ ହୋଇଛି । ଲଗାତାର ଭାବେ ସଂକ୍ରମଣ ହାର କମୁଥିବା ବେଳେ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି ।

ସଂକ୍ରମିତ ହୋଇଥିବା ରୋଗୀଙ୍କ ମଧ୍ୟରୁ ୫୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଯାହାକି ପୂର୍ବ ଅପେକ୍ଷା ୩% ବୃଦ୍ଧି ପାଇଛି । ଏହାସହ ଯଦି ସଂକ୍ରମଣ ହାର ଦେଖିବା ତେବେ ୧୦% ବା ୩୦ ଲକ୍ଷ ମାମଲା ସାମ୍ନାକୁ ଆସିଛି । ଏହାର ଅଧିକ ମାମଲା ବ୍ରାଜିଲ, ଭାରତ, ଇଣ୍ଡୋନେସିଆ ଏବଂ ବ୍ରିଟେନରେ ଦେଖିବାକୁ ମିଳିଛି ।

ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଯଦି ନିୟମକୁ ବେଶି କୋହଳ କରାଯାଏ କିମ୍ବା ଲୋକମାନେ ଏହାକୁ ନେଇ ଯଦି ଖାମଖିଆଲି ମନୋଭାବ ରଖନ୍ତି ତେବେ ସଂକ୍ରମଣ ବୃଦ୍ଧି ହେବାର ମାତ୍ରା ବଢ଼ିଯିବ । ଏହାର ନୂଆ ଭାରିଏଣ୍ଟ ଡେଲଟା ପ୍ଲସକୁ ଦୃଷ୍ଟିରେ ରଖି ଏହି ସୂଚନା ଦିଆଯାଇଛି । ତେବେ ଏପର୍ଯ୍ୟନ୍ତ ଏହାର ଭୟ ଅନେକ ଦେଶରେ ଖେଳି ସାରିଲାଣି । ଯଥା:
. ଆର୍ଜେଣ୍ଟିନା
. ଋଷ
. ବେଲଜିୟମ
. ମିଆଁମାର
. ଇଣ୍ଡୋନେସିଆ
. ଅଷ୍ଟ୍ରେଲିଆ
.ଦକ୍ଷିଣ କୋରିଆ
. ସ୍ପେନ
. ଇଟାଲୀ
. ଆମେରିକା

ଟୀକାର ଅଭାବ, ନିୟମର ଅବମାନନା କାରଣରୁ ଏହାର ମାତ୍ରା ବଢ଼ିଥିବାର କୁହାଯାଉଛି । ତେଣୁ ଏଥିପାଇଁ ସତର୍କ ରହିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.