ରାଜନୈତିକ ହତ୍ୟାକାଣ୍ଡ ଅଭିଯୋଗ; ବିଜେପି କର୍ମୀଙ୍କ ଆକ୍ରମଣରେ ବିଜେଡି କର୍ମୀଙ୍କ ମୃତ୍ୟୁ

ଭଦ୍ରକ (କେନ୍ୟୁଜ): ରାଜନୈତିକ ଆକ୍ରୋଶରୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ । ବିଜେପି କର୍ମୀଙ୍କ ଆକ୍ରମଣରେ ବିଜେଡି କର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରୁ ଏମିତି ଅଭିଯୋଗ ଆସିଛି । ଧାମନଗର ଥାନା ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ ଆକ୍ରୋଶ ଯୋଗୁଁ ଜଣେ ଯୁବକକୁ ଏକ ରାଜନୈତିକ ଦଳର ଲୋକେ ପିଟିପିଟି ହତ୍ୟା କରିଥିବା ନେଇ ମୃତକଙ୍କ ସମ୍ପର୍କୀୟ ଧାମନଗର ଥାନା ରେ ଅଭିଯୋଗ କରିଛନ୍ତି ।

ମୃତକ ହେଉଛନ୍ତି ଜାହାଙ୍ଗିର ଅଞ୍ଚଳର ପ୍ରତାପ ଚନ୍ଦ୍ର ରାଉତ । ପ୍ରତାପ ରାତିରେ ଘରକୁ ଯାଉଥିବା ବେଳେ କେତେକ ବିଜେପି କର୍ମୀ ତାଙ୍କୁ ଆକ୍ରମଣ କରିଥିଲେ । ଘଟଣା ବିଷୟ ରେ ଜାଣି ତାଙ୍କ ଭାଇ ଓ ଗ୍ରାମ ର କେତେକ ଲୋକ ବାହାରକୁ ବହାରିବାରୁ ତାଙ୍କୁ ମଧ୍ୟ ଧମକ ଦେବା ସହ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ତେବେ ମାଡ଼ ଖାଇବା ପରେ ଲୋକେ ପ୍ରତାପ ଙ୍କୁ ଧାମନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଥାନାରେ ଅଭିଯୋଗ ପରେ ଘଟଣା ସ୍ଥଳରେ ଧାମନଗର ପୋଲିସ ପହଞ୍ଚିତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.