ନୂଆବର୍ଷରେ ହୁଣ୍ଡାଇ ଇଣ୍ଡିଆ ଆଣିଛି ଦମଦାର ଅଫର, ଏବେ କାର ମଡେଲ ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଫସ ଦେଉଛି କମ୍ପାନୀ

କାର୍‌ ପ୍ରେମୀଙ୍କ ପାଇଁ ଖୁସି ଖବର। ଏବେ ହୁଣ୍ଡାଇ ଇଣ୍ଡିଆ ଫେବୃଆରୀ ୨୦୨୨ରେ ନିଜର ପୁପୁଲାର କାର ଉପରେ ବଢ଼ିଆ ଅଫର ରଖିଛି। ଏଥିରେ କ୍ୟାସ ଡିକାଉଣ୍ଟ ସହ ଏକ୍ସଚେଞ୍ଜ ବୋନସ୍‌ ଏବଂ କର୍ପୋରେଟ ଡିସକାଉଣ୍ଟ ଦିଆହେଉଛି। ତେବେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ତରଫରୁ ଏହି ଅଫର ରଖାଯାଇଛି।

ହୁଣ୍ଡାଇ ଇଣ୍ଡିଆ ଫେବୃଆରୀ ୨୦୨୨ରେ ନିଜର ପପୁଲାର କାର ଉପରେ ଦମଦାର ଅଫର୍ସ ରଖିଛି। ତେବେ କମ୍ପାନୀ ଏଥିପାଇଁ ନିଜର କିଛି ଭଲ ମଡେଲକୁ ସିଲେକ୍ଟ କରିଛି। କମ୍ପାନୀ ଏହି ସବୁ ଫ୍ୟାମିଲି କାର ଉପରେ ୫୦ ହଜାରଟଙ୍କା ପର୍ଯ୍ୟନ୍ତ ଅଫର୍ସ ରଖିଛି। ଯେଉଁଥିରେ କ୍ୟାସ ଡିସକାଉଣ୍ଟ, ଏକ୍ସଚେଞ୍ଜ ବୋନସ୍‌ ଏବଂ କର୍ପୋରେଟ ଡିସକାଉଣ୍ଟ ସାମିଲ ରହିଛି। ହୁଣ୍ଡାଇ ଏହି ଅଫର୍ସ ଏଲିଟ i20, ଗ୍ରାଣ୍ଡ i10 ନିଓସ୍‌, ଓରା ଏବଂ ସାଣ୍ଟ୍ରୋ ଉପରେ ଉପଲବ୍ଧ ରହିଛି। ତେବେ ମନେ ରଖନ୍ତୁ ଏହି ଅଫର ସୀମିତ ସମୟ ପର୍ଯ୍ୟନ୍ତ ଦିଆଯାଇଛି। ଆସନ୍ତା ୨୮ ଫେବୃଆରୀ ପର୍ଯ୍ୟନ୍ତ ଗ୍ରାହକ ଏହି ଅଫର୍ସର ଫାଇଦାର ଉଠାଇପାରିବେ।

କମ୍ପାନୀ ହୁଣ୍ଡାଇ ସାଣ୍ଟ୍ରୋ ଉପରେ ଅନେକ ଅଫର ଦେଇଛି। ଏହାର ବିଭିନ୍ନ ଭାରିଏଣ୍ଟସ୍‌ ରେ ଛାଡ ମଧ୍ୟ ମିଳୁଛି। ଯଦି ଆପଣ ଏହାକୁ ନେବା ପାଇଁ ଭାବୁଛନ୍ତି ତେବେ ଜାଣି ରଖନ୍ତୁ ଯେ ଏଥିରେ ୧୦ ହଜାର ଟଙ୍କା ଡିସକାଉଣ୍ଟ, ୧୦ ହଜାର ଟଙ୍କା ଏକ୍ସଚେଞ୍ଜ ବୋନସ୍‌, ୫ହଜାର ଟଙ୍କା କର୍ପୋରେଟ ଡିସକାଉଣ୍ଟ ମିଳୁଛି। ଏଥିରେ ମୋଟ ୨୫ ହଜାର ଟଙ୍କା ହେଉଛି। ଏହାସହ ସିଏନଜି ଭାରିଏଣ୍ଟ ଉପରେ ୧୦ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ୍‌ ଏବଂ ୫ ହଜାର ଟଙ୍କାର କର୍ପୋରେଟ ବୋନସ୍‌ ମିଳୁଛି। ଦ୍ୱିତୀୟ ଭାରିଏଣ୍ଟ ଉପରେ କମ୍ପାନୀ ୨୫ ହଜାର ଟଙ୍କା କ୍ୟାସବ୍ୟାକ ଡିସକାଉଣ୍ଟ , ୧୦ ହଜାର ଟଙ୍କା ଏକ୍ସଚେଞ୍ଜ ବୋନସ୍‌ ସହ ୫ହଜାର ଟଙ୍କା ପର୍ଯ୍ୟନ୍ତ କର୍ପୋରେଟ ବୋନସ୍‌ ଅଫର ଦେଉଛି।

ସେହିପରି ହୁଣ୍ଡାଇ ଗ୍ରାଣ୍ଡ i10 ନିଓସ୍‌ ଭାରିଏଣ୍ଟରେ ଟର୍ବୋ ଉପରେ ୩୫ ହଜାର ଟଙ୍କା କ୍ୟାସ ଡିସକାଉଣ୍ଟ , ୧୦ ହଜା ର ଟଙ୍କା ଏକ୍ସଚେଞ୍ଜ ବୋନସ୍‌, ୫ ହଜାର ଟଙ୍କା କର୍ପୋରେଟ ଡିସକାଉଣ୍ଟ ମିଳୁଛି। କିନ୍ତୁ ଏହାର ସିଏନଜି ମଡେଲରେ କ୍ୟାସ ଡିସକାଉଣ୍ଟ ଦିଆଯାଉନାହିଁ। ଏଥିରେ କେବଳ ୧୦ ହଜାର ଏକ୍ସଚେଞ୍ଜ ବୋନସ୍‌ ସହିତ ୫ ହଜାର ଟଙ୍କା କର୍ପୋରେଟ ବୋନସ୍‌ ମିଳିବ। ସେହିପରି ଦ୍ୱିତୀୟ ଭାରିଏଣ୍ଟରେ କମ୍ପାନୀ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସ ଡିସକାଉଣ୍ଟ ସହ ଏକ୍ସଚେଞ୍ଜ ବୋନସ୍‌ ଓ କର୍ପୋରେଟ ବୋନସ୍‌ ଅଫର ରଖିଛି।

ଶେଷରେ ହୁଣ୍ଡାଇ ଓରା ସହ ହୁଣ୍ଡାଇ i20 ଓ ହୁଣ୍ଡାଇ ଏକ୍ସସେଣ୍ଟ ପ୍ରାଇମରେ ମଧ୍ୟ ଏହିଭଳି ଭାବେ କର୍ପୋରେଟ ବୋନସ୍‌ ସହ କ୍ୟାସ ଡିସକାଉଣ୍ଟ ଏବଂ ଏକ୍ସଚେଞ୍ଜ ବୋନସ୍‌ ରଖାଯାଇଛି। ଏହାକୁ କିଣିବା ପରେ ଆପଣଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ୍‌ ମିଳିବ। ତେଣୁ ଯଦି ଆପଣ ନୂଆବର୍ଷ ଆରମ୍ଭରୁ ଶସ୍ତାରେ କାର କିଣିବାକୁ ଚାହୁଁଛନ୍ତି ତେବେ ଶୀଘ୍ର ଏହି ଅଫରର ଫାଇଦା ଉଠାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.