ଭଡ଼ା ପାଇଁ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ନିର୍ଯାତନା ଟପିଲା ସବୁ ସୀମା: ସାରାରାତି ଗାଡି ଭିତରେ ବନ୍ଦୀ ହୋଇରହିଲେ ରୋଗୀ

ନୂଆପଡ଼ା: ଆମ୍ବୁଲାନ୍‌ସରେ ରୋଗୀ ନିର୍ଯାତନାର ଶିକାର। ସାରାରାତି ଆମ୍ବୁଲାନ୍‌ସରେ ବନ୍ଦୀ ରହିଲେ ରୋଗୀ। ଭଡ଼ା ପାଇଁ ଆମ୍ବୁଲାନ୍‌ସ ଡ୍ରାଇଭରଙ୍କ ନିର୍ଯାତନା ଟପିଲା ସବୁ ସୀମା। ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଇନ୍ଦ୍ରନଗରରେ। ଡଗରେଶ୍ୱର ମାଝୀ ମେରୁଦଣ୍ଡ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ଏପ୍ରିଲ ୧୫ ତାରିଖରେ ବୁର୍ଲା ମେଡିକାଲର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି ହୋଇଥିଲେ। ମେ ୩ତାରିଖରେ ସେ ଚିକିତ୍ସିତ ହୋଇ ସ୍ତ୍ରୀ ଓ ପୁଅ ସହ ଖଡ଼ିଆଳ ଫେରିଥିଲେ। ଏଥିପାଇଁ ସେ ବୁର୍ଲା ମେଡିକାଲ ପାଖରୁ ୫ହଜାର ଟଙ୍କାରେ ଏକ ଆମ୍ବୁଲାନ୍‌ସ ଭଡ଼ା କରି ବାହାରିଥିଲେ। ସେମାନେ ଖଡ଼ିଆଳରେ ପହଞ୍ଚିବା ପରେ ଖଗେଶ୍ୱର ନିଜ ପାଖରେ ଥିବା ୧୬ଶହ ଟଙ୍କା ଦେବା ସହ ବାକି ଟଙ୍କା ପାଇଁ ସଂପର୍କୀୟଙ୍କୁ ଫୋନ କରିଥିବା ଆମ୍ବୁଲାନ୍‌ସ ଡ୍ରାଇଭରଙ୍କୁ କହିଥିଲେ।

patient ତେବେ ଏଥିରେ ସାମାନ୍ୟ ବିଳମ୍ବ ହେବା ପରେ ଆମ୍ବୁଲାନ୍‌ସ ମାଲିକଙ୍କ ନିର୍ଦ୍ଦେଶରେ ଡ୍ରାଇଭର ଖଗେଶ୍ୱର ଓ ତାଙ୍କ ପରିବାରକୁ ବୁର୍ଲା ନେଇ ଆସିଥିଲେ। ସାରାରାତି ସେମାନନଙ୍କୁ ଆମ୍ବୁଲାନ୍‌ସରେ ବନ୍ଦ କରି ରଖିଥିଲେ। ସକାଳେ କେହି ଜଣେ ଏମାନଙ୍କୁ ଦେଖି ଆମ୍ବୁଲାନ୍‌ସ କବାଟ ଖୋଲିବା ପରେ ଖଗେଶ୍‌ବର ଓ ପରିବାର ମୁକୁଳିଥିଲେ। ପରେ ଭିମ୍‌ସାର ଡାକ୍ତର ଶଙ୍କର ରାମଚନ୍ଦାନୀ ଏମାନଙ୍କୁ ଖାଇବା ପିଇବା ଦେଇ ନିଜ ଖର୍ଚ୍ଚରେ ଭଡ଼ାକରି ପୁଣି ସେମାନଙ୍କୁ ଘରକୁ ପଠାଇ ଦେଇଥିଲେ। ଆମ୍ବୁଲାନ୍‌ସ ମାଲିକ ଓ ଡ୍ରାଇଭରଙ୍କ ଅମାନବୀୟ କାର୍ଯ୍ୟାକୁ ନିନ୍ଦା କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.