କଟକରେ ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟର ବୁଲି ଦେଖିଲେ ଜିଲ୍ଲାପାଳ, ପଚାରି ବୁଝିଲେ ପ୍ରବାସୀ ଓଡ଼ିଆଙ୍କ ଭଲମନ୍ଦ

କଟକ: ପ୍ରବାସୀ ଓଡ଼ିଆଙ୍କ ଘର ଫେରନ୍ତା ନେଇ ବିଭିନ୍ନ ପଞ୍ଚାୟତରେ ନିର୍ମାଣ ହୋଇଛି କ୍ୱାରେଣ୍ଟାଇନ ସେଣ୍ଟର। କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରକୁ ବୁଲି ଦେଖିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। କଟକ ସଦର, ବାରଙ୍ଗ, କଣ୍ଟାପଡ଼ା ଓ ନିଆଳି ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ମାଣ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟର ପରିଦର୍ଶନ କରିଛନ୍ତି।

ପ୍ରବାସୀ ଓଡ଼ିଆ ମାନେ ଫେରିଲେ ଏଠାରେ ରହିବାର ସମସ୍ତ ବ୍ୟବସ୍ଥା ସହ ସେମାନଙ୍କ ଦେଖାଶୁଣା ପାଇଁ ରହିଥିବା ସରପଞ୍ଚ, ଅଙ୍ଗନବାଡ଼ି ଦିଦି, ଆଶା କର୍ମୀ ଓ ନର୍ସମାନଙ୍କ ନିଯୁକ୍ତି ନେଇ କହିଛନ୍ତି। ସେପଟେ କେତେକ ପଞ୍ଚାୟତରେ ନିମ୍ନମାନର କାମ ନେଇ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହ ଉପସ୍ଥିତ ସରପଞ୍ଚ ଓ ବିଡିଓଙ୍କୁ ତାଗିଦ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.