ଶରୀର ଭିତରେ କରୋନା ଭାଇରସକୁ ମାତ ଦେବ ଇସ୍ରାଏଲ ଦ୍ୱାରା ବିକଶିତ ହୋଇଥିବା ଆଣ୍ଟିବଡ଼ି

ବିଶ୍ୱ ବ୍ୟାପୀ ମାରାତ୍ମକ କରୋନା ଭାଇରସ ଦ୍ରୁତ ଗତିରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଏହା ଦାଉରୁ ପାଖାପାଖି ୨ ଲକ୍ଷ ୫୮ ହଜାର ନିରୀହ ଲୋକଙ୍କ ଜୀବନ ଗଲାଣି । ପ୍ରତ୍ୟକ ଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ବି ଘଟୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୩୭ ଲକ୍ଷ ଛୁଇଁଲାଣି । ପୃଥିବୀର ଅନେକ ସମ୍ଭ୍ରାନ୍ତଶାଳୀ ରାଷ୍ଟ୍ର ମାନେ ବି ଏହାର ଔଷଧ ନିର୍ମାଣରେ ଏଯାବତ ସଫଳତା ପାଇ ପାରିନାହାନ୍ତି | କିନ୍ତୁ ଏପରି ଏକ ସମୟରେ ବିଶ୍ୱ ପାଇଁ କିଂଚିତ ଅଶାର ଆଲୋକ ଆଣିଛି ଇସ୍ରାଏଲ । କୋଭିଡ-19 ମହାମାରୀ ଚିକିତ୍ସାରେ ମହତ୍ୱପୂର୍ଣ୍ଣ ସଫଳତା ମିଳିବା ନେଇ ଦାବି କରିଛି ଏହି ଦେଶ ।

covid -19 one

ଏବାବଦରେ ଆଉ କେହି ନୁହନ୍ତି, ଖୋଦ ଦେଶର ରକ୍ଷା ମନ୍ତ୍ରୀ ନଫତଳୀ ବେନେଟ ହିଁ ନିକଟରେ ଘୋଷଣା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତିକି, “ଇସ୍ରାଏଲ ଇନଷ୍ଟିଟ୍ୟୁଟ ଫର ବାୟୋଲୋଜିକାଲ ରିସର୍ଚ” ଦ୍ୱାରା ବିକଶିତ ହୋଇଥିବା ମୋନୋକଲୋନାଲ ନ୍ୟୁଟ୍ରାଲ ନାମକ ଆଣ୍ଟିବଡ଼ି କରୋନା ଭାଇରସର ବାହକ ମାନଙ୍କୁ ଶରୀର ଭିତରେ ନଷ୍ଟ କରିଦେବାକୁ ସକ୍ଷମ ହେବ । ଏହାବାଦ, ଆଇଆଇବିଆରର ନିର୍ଦ୍ଦେଶକ ସାମୁଏଲ ସପିରାଙ୍କ ଅନୁଯାୟୀ, ଉଦ୍ଭାବିତ ହୋଇଥିବା ଆଣ୍ଟି ବଡ଼ି ଫର୍ମୁଲାର ପେଟେଣ୍ଟ ବା ଅଧିକରୁ ଅଧିକ ଗବେଷଣ ପ୍ରକ୍ରିୟା ବର୍ତ୍ତମାନ ସମୟରେ ଚାଲୁରହିଛି ।

ବର୍ତ୍ତମାନ ସମୟରେ ଇସ୍ରାଏଲ ସ୍ଥିତ ଏହି ସଂସ୍ଥା ଏକ ଅନ୍ତରାଷ୍ଟ୍ରୀୟ ବଡ ନିର୍ମାତା କମ୍ପାନୀର ସନ୍ଧାନରେ ଅଛି । ଯିଏ ଏହି ଆଣ୍ଟିବଡ଼ି ଫର୍ମୁଲା ଟିକୁ ଖୁବ କମ ସମୟ ଭିତରେ ଅଧିକ ସଂଖ୍ୟାରେ ଉତ୍ପାଦନ କରିପାରିବ । କହି ରଖିବା ଉଚିତ ହେବକି, ଆଇଆଇପିଆର ଇନଷ୍ଟିଟ୍ୟୁଟ ଇସ୍ରାଏଲ ତରଫରୁ କରୋନା ଔଷଧ ବିକଶିତ କରିବାକୁ ଚେଷ୍ଟା କରି ଆସୁଛି । ଦେଶରେ ପୀଡିତ ହୋଇଥିବା କରୋନା ସଂକ୍ରମିତଙ୍କ ରକ୍ତ ନମୁନା ସଂଗ୍ରହ କରି ଦୀର୍ଘ ଦିନ ହେବ ଗବେଷଣା ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.