ମୟୁରଭଞ୍ଜ: ପୁଣି ମହାନତା ଦେଖାଇଲେ ୧୦୮ କର୍ମଚାରୀ, ଗାଁକୁ ରାସ୍ତା ନଥିବାରୁ ରୋଗୀକୁ ୨.୫ କିମି ଷ୍ଟ୍ରେଚରରେ ବୋହିଲେ   

କରଞ୍ଜିଆ(କେନ୍ୟୁଜ୍):   ପୁଣି  ମହାନତା ଦେଖାଇଲେ ୧୦୮ କର୍ମଚାରୀ । ଗାଁକୁ ରାସ୍ତା ନଥିବାରୁ ରୋଗୀକୁ ୨.୫ କିମି ଷ୍ଟ୍ରେଚରରେ ବୋହି ମାନବିକତା ଦେଖାଇଛନ୍ତି୧୦୮ କର୍ମଚାରୀ।   ଏପରି ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଞ୍ଚଳରୁ । ଆଜି ଗୁରୁଗୁଡ଼ିଆ ଗ୍ରାମପଞ୍ଚାୟତ କୁଆଁରବିଲ ଗ୍ରାମର ତୁଳସି ମହାକୁଡ଼ ନାମକ ଜଣେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା  ଗୁରୁତର ହବାରୁ ୧୦୮ ଆମ୍ବୁଲାନ୍ସକୁ କଲ୍ କରିଥିଲେ।  ହେଲେ ଉକ୍ତ ଗ୍ରାମକୁ ଭଲ ରାସ୍ତା ନଥିବାରୁ  ୧୦୮ ଆମ୍ବୁଲାନ୍ସଟି ଗାଁଠାରୁ ୨.୫କିଲୋମିଟର ଦୂରରେ ଅଟକି ଯାଇଥିଲା ।

ambulance

ସେଠାରେ ଯୋଗାଯୋଗର କୌଣସି ସୁବିଧା ନଥିବାରୁ EMT ମୋନଜ କୁମାର ମହାନ୍ତ ,ହେଲ୍ପପର କାର୍ତ୍ତିକ ମହାନ୍ତ ଏବଂ ଡ୍ରାଇଭର ମଗୁଳୁରାମ ମହାନ୍ତ ଷ୍ଟ୍ରେଚରରେ ରୋଗୀଙ୍କ ଧରି କୁଆଁରୀବିଲ ଗାଁରୁ ବାହାରିଥିଲେ । ପରେ ଗ୍ରାମବାସୀଙ୍କ ଏବଂ ପରିବାରର ସହାୟତାରେ ୨ରୁ ୩ କିଲୋମିଟର ପର୍ଯ୍ୟନ୍ତ ଗୁରୁତର ରୋଗୀକୁ ଷ୍ଟ୍ରେଚରରେ ୧୦୮ପର୍ଯ୍ୟନ୍ତ  ବୋହି ଆଣିଥିଲେ । ତେବେ ଏପରି ମହତ କାର୍ଯ୍ୟ ୧୦୮ କର୍ମଚାରୀମାନେ  କରିଥିବାରୁ ଗୁରୁତର ରୋଗୀଟିର ଜୀବନ ବଞ୍ଚିଯାଇଛି । ବର୍ତ୍ତମାନ ଗୁରୁତର  ରୋଗୀ  ତୁଳସୀର ଚିକିତ୍ସା ଜଶିପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚାଲିଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.