Below header

ବୈଜ୍ଞାନିକ ବି ବୁଝି ପାରୁନାହାଁନ୍ତି ରହସ୍ୟ : ନଦୀ ପାଣିରେ ଦୀପ ଜଳେ ଏହି ମନ୍ଦିରରେ

ସନାତନ ଧର୍ମରେ ପ୍ରତିମା ପୂଜାକୁ ମହତ୍ତ୍ୱ ଦିଆଯାଏ । ସେଥିପାଇଁ ବିଭିନ୍ନ ସ୍ଥାନରେ ମନ୍ଦିର ରହିଛି । ଦେଶରେ ଏମିତି କିଛି ମନ୍ଦିର ରହିଛି ଯେଉଁଠି ଅନେକେ କିଛି ଚମତ୍କାର ଘଟଣା ଦେଖିବାକୁ ମିଳେ । ଏମିତି ଏକ ମନ୍ଦିର ଅଛି ଯେଉଁଠି ନଦୀ ପାଣିରେ ଦୀପ ଜଳୁଥିବାର ଜଣାଯାଏ । ଏଯାଏ ବୈଜ୍ଞାନିକମାନେ ବି ଏହି ରହସ୍ୟର ଭେଦ କରିପାରି ନାହାଁନ୍ତି । ତେବେ କେହି କେହି ଏହାକୁ ଭକ୍ତର ଆସ୍ଥା ଓ ବିଶ୍ୱାସର କଥା ବୋଲି କହିଥାନ୍ତି । ଭକ୍ତି ବଳରେ ବହୁ ଚମତ୍କାର ମଧ୍ୟ ହୋଇଥାଏ ବୋଲି ମାନ୍ୟତା ରହିଛି । ଆଉ ଯେଉଁଠି ଚମତ୍କାର ହୋଇଥାଏ ସେଠାରେ ଆସ୍ଥା ମଧ୍ୟ ସୁଦୃଢ଼ ହୋଇଥାଏ ।

mandir
photo credit: patrika.com

ମା’ଙ୍କର ଏପରି ଏକ ମନ୍ଦିର ରହିଛି ମଧ୍ୟପ୍ରଦେଶର ଶାଜାପୁର ଜିଲ୍ଲା କାଳୀସିଂଘ ନଦୀ କୂଳରେ । ଏଠାରେ ୯ ବର୍ଷ ପୂର୍ବେ ହୋଇଥିବା ଏକ ଚମତ୍କାର ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ଯେଉଁଥିପାଇଁ ଲୋକଙ୍କ ବିଶ୍ୱାସ ଏହି ମନ୍ଦିର ଉପରେ ଅଧିକ ଗଭୀର ହୋଇଛି । ସବୁଠି ତେଲ ବା ଘିଅରେ ଦୀପ ଜଳିଥାଏ । ହେଲେ ଏହି ମନ୍ଦିରରେ ପାଣିରେ ଜଳିଥାଏ ଦୀପ । ଯାହାକି ଶ୍ରଦ୍ଧାଳୁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ମନ୍ଦିରର ପୂଜକଙ୍କ କହିବା ଅନୁଯାୟୀ, ‘ଥରେ ମୋତେ ସ୍ୱପ୍ନରେ ମା’ ଦର୍ଶନ ଦେଲେ କହିଲେ ନଦୀ ପାଣିରେ ଦୀପ ଜାଳିବାକୁ । ମା’ଙ୍କ ଆଦେଶ ଅନୁଯାୟୀ ମୁଁ ପରଦିନ ସକାଳେ ନଦୀ ପାଣିରେ ଯେପରି ଦୀପ ଜଳାଇଲି ତାହା ଜଳିବା ଦେଖାଗଲା । ’ ସେହିଦିନ ଠାରୁ ଏଠାରେ ଶ୍ରଦ୍ଧାଳୁଙ୍କ ଆସ୍ଥା ବଢ଼ିବାକୁ ଲାଗିଲା । ବହୁ ଦୂର ଦୂରାନ୍ତରୁ ଏଠାକୁ ଶ୍ରଦ୍ଧାଳୁ  ଆସୁଛନ୍ତି ।

mandir
photo credit: navbharattimes.com

ନଦୀ ପାଣିରେ ଦୀପ ଜଳିବା ଏକ ଅଦ୍ଭୁତ ଘଟଣା । ଏହା ସମ୍ପର୍କରେ ଏବେ ବି ବୈଜ୍ଞାନିକମାନେ ଟେର୍‌ ପାଉନାହାଁନ୍ତି । ତେବେ ବର୍ଷା ଦନେ ଏଠାରେ ନଦୀ ଜଳରେ ଦୀପ ଜଳେ ନାହିଁ । କାରଣ ବର୍ଷା ଋତୁରେ ଏହି ମନ୍ଦିର ବନ୍ୟା ଜଳରେ ବୁଡ଼ି ଯାଏ । ପୁଣି ବର୍ଷା ଦିନ ଗଲେ ନଦୀ ପାଣିରେ ଦୀପ ଜଳିଥାଏ ବୋଲି ମନ୍ଦିରର ପୂଜକ କୁହନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.