ଭାଇକୁ ନ୍ୟାୟ ଦେବାକୁ ଯାଇ ପ୍ରିୟଙ୍କାଙ୍କ ଟ୍ଵିଟ ହେଲା ଭାଇରାଲ

ସୁଶାନ୍ତ ସିଂ ରାଜପୁତ ୨୦୨୦ ଜୁନ ୧୪ ତାରିଖରେ ମୁମ୍ବାଇ ସ୍ଥିତ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏହି ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ସାଧାରଣ ଜନତାଙ୍କ ଠୁ ଆରମ୍ଭ କରି ବଲିଉଡରେ ହଇଚଇ ସୃଷ୍ଟି ହୋଇଯାଇଥିଲା ଏ ଖବରକୁ ନେଇ । ସୁଶାନ୍ତଙ୍କ ପରିବାର ନିଜର ଏକମାତ୍ର ପୁଅକୁ ହରାଇ ଭାଙ୍ଗି ପଡିଥିଲେ। ଏବେବି ସୁଶାନ୍ତଙ୍କ ଫ୍ୟାନ ତାଙ୍କୁ ନ୍ୟାୟ ଦେବାପାଇଁ ସୋସିଆଲ ମିଡିଆରେ ଦାବି ରଖୁଛନ୍ତି।

ବର୍ତ୍ତମାନ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂଙ୍କୁ ନିକଟରେ ଟ୍ରେଣ୍ଡ ଲିଷ୍ଟରେ ଦେଖିବାକୁ ମିଳିଥିଲା। ପ୍ରକୃତ କଥା ହେଉଛି, ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ ଲଗାତାର ଭାବେ ନ୍ୟାୟ ମାଗିବାକୁ ଦାବି କରୁଛନ୍ତି। ଏହାକୁ ନେଇ ଅନ୍ୟ ଏକ ଟ୍ରେଣ୍ଡ ଆରମ୍ଭ ହୋଇଛି। ଟ୍ରେଣ୍ଡଟି ହେଉଛି, “ Say No To Bollywood” । ଏହି ଟ୍ରେଣ୍ଡରେ ଏବେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ମଧ୍ୟ ସାମିଲ ହୋଇଯାଇଛନ୍ତି। ନିମ୍ନରେ ଟ୍ଵିଟ ଯୋଗେ କିଛି ଏମିତି ଲେଖିଛନ୍ତି..ସୁଶାନ୍ତଙ୍କ ଶେଷ ଫିଲ୍ମ ‘ସୋନ-ଚିଡିଆ’କୁ ଦେଖି ଭଉଣୀ ପ୍ରିୟଙ୍କା ଦୁଃଖୀ ହୋଇ ତାଙ୍କୁ ମନେ ପକାଇଛନ୍ତି। ଭାଇ ଭାବେ ଯେପରି ଭଲ ପାଆନ୍ତି କଳାକାର ଭାବେ ମଧ୍ୟ ନିଜକୁ ସୁଶାନ୍ତର ବଡ଼ ଫ୍ୟାନ ବୋଲି ସେ କୁହନ୍ତି।


ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ସେ ସମୟରେ ତାଙ୍କ ପରିବାର ଲୋକେ ଆରୋପ ଲଗାଇଥିଲେ। ଏହାବ୍ୟତୀତ ଡ୍ରଗ୍ସ କେସ ସାମ୍ନାକୁ ଆସିବା ପରେ ଏନସିବି ଏହା ଉପରେ ଯାଞ୍ଚ ଆରମ୍ଭ କରିଥିଲା। ଯେଉଁଥିରେ ରିୟାଙ୍କ ନାମ ଆଗକୁ ଆସିଥିଲ।। ପରେ ବଲିଉଡର ଅନ୍ୟ କଳାକାର , ନିର୍ଦ୍ଦେଶକ ତଥା ପ୍ରଯୋଜକଙ୍କର ମଧ୍ୟ ଡ୍ରଗ୍ସ ଲିଙ୍କରେ ନାଁ ସାମ୍ନାକୁ ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.