ଭଦ୍ରକ : ବାଇକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ: ଜଣେ ମୃତ, ଦୁଇ ଗୁରୁତର

ଭଦ୍ରକ (କେନ୍ୟୁଜ): ଭଦ୍ରକ ଧାମନଗରରେ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀ ମୃତ, ଦୁଇ ଗୁରୁତର । ମୃତକ ଧାମନଗର ଥାନା ବିରୁଆଁ ଗାଁର ଅବିନାଶ ମହାଲ୍ଲିକ । ବାଇକ୍‌ରେ ତିନି ଜଣ ସାଙ୍ଗ ଧାମନଗର ଅଭିମୁଖେ ଯାଉଥିବା ବେଳେ ବିରୁଆଁ-ଧାମନଗର ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଆମ୍ବୁଲାନ୍ସ ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଧାମନଗର ଚିକିତ୍ସାଳୟକୁ ନିଆଯାଇଥିଲା ।

ସେଠାରେ ଅବିନାଶ ମହାଲ୍ଲିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅଂଶୁମାନ ଓ ଅଭିଷେକଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଆମ୍ବୁଲାନ୍ସ ଡ୍ରାଇଭରକୁ ଧାମନଗର ପୋଲିସ ଅଟକ ରଖିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.