Below header

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଆମ୍ବୁଲାନ୍ସ – ଭ୍ୟାନ୍ ମୁହାଁମୁହିଁ ଧକ୍କା, ୫ ଗୁରୁତର

ବାଲେଶ୍ବର ଜିଲ୍ଲା ରୂପ୍ସା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥରେ ଆମ୍ବୁଲାନ୍ସ - ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୫ ଜଣ ଗୁରୁତର ହୋଇଛନ୍ତି।

ଜଳେଶ୍ବର (କେନ୍ୟୁଜ): ବାଲେଶ୍ବର ଜିଲ୍ଲା ରୂପ୍ସା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମିରିଗିମୁଣ୍ତି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଫଳରେ ୫ ଜଣ ଗୁରୁତର ହୋଇଛନ୍ତି।

ଭୋଗରାଇ ବ୍ଲକ ଅନ୍ତର୍ଗତ ଜଳେଶ୍ବରପୁର ଅଞ୍ଚଳରୁ ରୋଗୀ ନେଇ ଆମ୍ବୁଲାନ୍ସ ବାଲେଶ୍ବର ହସ୍ପିଟାଲକୁ ଯାଉଥିଲା । ଏହି ସମୟରେ ମିରିଗୁମୁଣ୍ତି ଛକ ନିକଟରେ ଏକ ପିକଅପ ଭ୍ଯାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସଟି ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ସମେତ ୪ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ରୂପ୍ସା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଅନ୍ଯ ଏକ ଆମ୍ବୁଲାନ୍ସ ସାହାଯ୍ଯରେ ବାଲେଶ୍ବର ହସ୍ପିଟାଲକୁ ପଠାଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.