ଭିଜିଲାନ୍ସ ଜାଲରେ ଅମିନ, ୩୩୦୦ ଟଙ୍କା ନେଉଥିଲେ ଲାଞ୍ଚ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଲାଞ୍ଚୁଆ ଅମିନ। ୩୩୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ବାଲେଶ୍ଵର-ମୟୁରଭଞ୍ଜ ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ ମାନସ ଦାସ। ଚିତ୍ତରଞ୍ଜନ ମହାନ୍ତଙ୍କ ଜମିଜମା ବନ୍ଦୋବସ୍ତ କପି ବାହାର କରିବା ପାଇଁ ଅମିନ ମାନସ ଦାସ 10 ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଏନେଇ ଅସହାୟ ହୋଇ ବାଲେଶ୍ଵର ଭିଜିଲାନ୍ସ ବିଭାଗ ଦ୍ୱାରସ୍ଥ ହୋଇଥିଲେ ଚିତ୍ତରଞ୍ଜନ। ପରେ ମୂଳଚଳ ହୋଇ 6600 ଟଙ୍କାରେ ଚିନ୍ଦିଥିଲା। ଆଉ ଯୋଜନା ମୁତାବକ ଆଜି 3300 ଟଙ୍କା ଲାଞ୍ଚ ନେଉଥିବା ବେଳେ ମଦିବସିଥିଲା ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲାର ଭିଜିଲାନ୍ସ ବିଭାଗର ଏକ ଟିମ ।

ବାରିପଦାର ଷ୍ଟେସନବଜାର ସ୍ଥିତ କାର୍ଯ୍ୟାଳୟ ପରିସରରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଚାରେ ଧରାପଡ଼ିଥିଲେ।ରାସାୟନିକ ବୋଲା ଲାଞ୍ଚ ଟଙ୍କା ଭିଜିଲାନ୍ସ ପକ୍ଷରୁ ଜବତ କରାଯିବା ସହ ଅମିନ ମାନସ ଦାସଙ୍କୁ ଗିରଫ କରାଯାଇଛି। ଏହାକୁ ନେଇ ଭିଜିଲାନ୍ସ ବିଭାଗ ଦ୍ଵାରା ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ଥିବା ବେଳେ ମାନସ ଙ୍କ ଘରେ ମଧ୍ୟ ଚଢ଼ାଉ ଜାରି ରହିଥିବା କହିଛନ୍ତି ବାରିପଦା ଭିଜିଲାନ୍ସ ୟୁନିଟ ଡିଏସପି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.