ମିଳୁନି ଭାରତୀୟ ବାୟୁସେନା ବିମାନ AN-୩୨ର ସନ୍ଧାନ, ନିଖୋଜ ଅଛନ୍ତି ଓଡ଼ିଆ ପାଇଲଟ୍ ସୁନୀତ ମହାନ୍ତି

ନିଖୋଜର ୬ ଦିନ ପରେ ମଧ୍ୟ ଭାରତୀୟ ବାୟୁସେନା ବିମାନ AN-୩୨ର ସନ୍ଧାନ ମିଳିପାରିନାହିଁ । ଏହି ବିମାନରେ ଥିବା ଓଡ଼ିଆ ପାଇଲଟ ସୁନୀତ ମହାନ୍ତିଙ୍କ ସମେତ ୧୧ ଜଣଙ୍କ ପରିବାର ଏବେ ନାନା ଆଶା ଆଶଙ୍କାରେ । ପାଇଲଟ୍ ସୁନୀତଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର‌୍ୟ୍ୟନଗରର ବଳିଆପଲ୍ଲୀ ଗାଁରେ । ତାଙ୍କର ମଙ୍ଗଳ ମନାସି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଗ୍ରାମବାସୀ । ସୁନୀତ କିପରି ସୁରକ୍ଷିତ ଭାବେ ଫେରିବେ ସେନେଇ ମହିଳାମାନେ ଅଖଣ୍ଡ ଦୀପ ଜାଳିଛନ୍ତି । କେବଳ ସୁନୀତଙ୍କ ଜନ୍ମମାଟି ବଳିଆପଲ୍ଲୀ ନୁହେଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଙ୍କ ପାଇଁ କରାଯାଉଛି ପୂଜାପାଠ ।

aircraft ୨୦୧୨ ମସିହାରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ ସୁନୀତ । ତାଙ୍କ ବାପା ମାଆ ଏବେ ଦିଲ୍ଲୀରେ ରହୁଛନ୍ତି । ଗତ ୩ ତାରିଖରେ ବାୟୁସେନାର AN-୩୨ ବିମାନ ଆସାମର ଜୋରାହାଟରୁ ଅରୁଣାଚଳ ପ୍ରଦେଶର ମେଚୁକ ଅଭିମୁଖେ ଯାଉଥିବା ବେଳେ ଚୀନ ସୀମାରେ ନିଖୋଜ ହୋଇଯାଇଥିଲା । ଏହି ବିମାନରେ ଓଡ଼ିଆ ପାଇଲଟ ସୁନୀତ ମହାନ୍ତିଙ୍କ ସହ ମୋଟ ୧୩ ଜଣ ଥିଲେ । ଏଯାଏ ନିଖୋଜ ବିମାନର ଠାବ କରାଯାଇପାରିନାହିଁ । ସୁନିତଙ୍କୁ ଉଦ୍ଧାର ପାଇଁ ଆସିକା ସାଂସଦ ପ୍ରମିଳା ବିଷୋୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟକୁ ଚିଠି ଲେଖିଛନ୍ତି । ବାୟୁସେନାର ନିଖୋଜ AN-୩୨ ବିମାନକୁ ଠାବ କରିବା ପାଇଁ ସୁଖୋଇ-୩୦ ଓ ସି-୧୩୦ ଏୟାରକ୍ରାଫଟ ନିୟୋଜିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.