ଅନ୍ଧବିଶ୍ୱାସର ଅନ୍ଧାର ଗଳିରେ ଆଖି ବୁଜିଦେଲା ଆଠ ବର୍ଷର ଝିଅ, କୁକୁର କାମୁଡି ଦେବା ପରେ ଚିକିତ୍ସା ବଦଳରେ ଝଡ଼ାଫୁଙ୍କା କରିଥିଲେ ପରିବାର ଲୋକେ

ବାଲିଗୁଡା : ଗୋଟିଏ ପଟେ କରୋନା ପ୍ରତିହତ ପାଇଁ ଲକ୍ ଡାଉନ ଜାରି ରହିଥିବା ବେଳେ ଅନ୍ୟପଟେ ଅନ୍ଧବିଶ୍ୱାସର ଅନ୍ଧାର ଗଳିରେ ମଣିଷ l ଯାହା ଫଳରେ ଏକ ଶିଶୁର ଅକାଳରେ ଜୀବନ ଚାଲି ଯାଇଛି l ମେଡିକାଲକୁ ଆଣି ଚିକିତ୍ସା କରିବା ବଦଳରେ ଚେରମୂଳି ଦ୍ୱାରା ଚିକିତ୍ସା କରାଇବା ଯୋଗୁଁ ଏକ କମଳ ଶିଶୁ ଆଖି ବୁଝିଛି l ବାରମ୍ବାର ସଚେତନ ପରେ ବି ଲୋକଙ୍କ ମନରୁ ଦୂର ହୋଇନି ଅନ୍ଧ ବିଶ୍ୱାସ ଭଳି କୁସଂସ୍କାର l ଏଭଳି ଏକ ଚିତ୍ର ସାମ୍ନା କୁ ଆସିଛି ଦାରିଂବାଡ଼ି ବ୍ଲକ ଗୁମିକିଆ ପଂଚାୟତ ର କଂଜୁମାହା ଗାଁ ରୁ l

ଏହି ଗ୍ରାମର ଲେବୀୟ ପ୍ରଧାନଙ୍କ ଆଠ ବର୍ଷର ଝିଅ କୁ ଏକ ମାସ ତଳେ କୁକୁର କାମୁଡା ପରେ ମେଡିକାଲ ଚିକିତ୍ସା ବଦଳରେ ଝଡ଼ାଫୁଙ୍କା କରି ଚେରମୂଳି ଦେଇଥିଲେ l ଶିଶୁଟି ପରବର୍ତୀ ସମୟରେ ଛଟପଟ ହେବା ସହ ବିକୃତ ଅଙ୍ଗୀଭଙ୍ଗୀ ଦେଖାଇଥିଲେ l ଯାହା ଫଳରେ ଶିଶୁ କନ୍ୟାର ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲିଗୁଡା ମେଡିକାଲରେ ଭର୍ତି କରିଥିଲେ ପରିବାର l ଅବସ୍ଥା ଅଧିକ ଗୁରତର ହେବାରୁ ଫୁଲବାଣୀ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଶିଶୁ କନ୍ୟାଟିର ମୃତ୍ୟୁ ହୋଇଛି l ବାଲିଗୁଡା ଉପଖଣ୍ଡ ଚିକିତ୍ସା ଅଧିକାରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଏଭଳି ଅନ୍ଧ ବିଶ୍ୱାସର ବଶଭର୍ତି ନ ହେବାକୁ l ଲକ ଡାଉନରେ ଚିକିତ୍ସା ପାଇଁ କୌଣସି ବାଧା ନ ଥିବା ବେଳେ ସମସ୍ତେ ମେଡିକାଲକୁ ଆସି ଚିକିତ୍ସା କରାଇବାକୁ ସିଡିଏମଓ ବିଜୟ କୁମାର ସୁର ନିବେଦନ କରିଛନ୍ତି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.