ଓଡ଼ିଶାର କଡ଼ା ବିରୋଧ ଓ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ସତ୍ତ୍ୱେ ଓଡିଶାରେ ନିର୍ବାଚନ କଲା ଆନ୍ଧ୍ର, ଲୋକେ ଦେଲେ ଭୋଟ

କେନ୍ୟୁଜ୍(ବ୍ୟୁରୋ):  କୋରାପୁଟ ଜିଲ୍ଲା କୋଟିଆରେ ଆନ୍ଧ୍ର କରିଛି ଦାଦାଗିରି । ଓଡ଼ିଶାର କଡ଼ା ବିରୋଧ ଓ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ସତ୍ତ୍ୱେ ଫାଟୁସିନେରୀରେ ଆନ୍ଧ୍ର କଲା ପଞ୍ଚାୟତ ନିର୍ବାଚନ । ମୋଟ ୧୦୨୫ଜଣ ଭୋଟରଙ୍କ ମଧ୍ୟରୁ ୬୧୫ଜଣ ଦେଇଛନ୍ତି ଭୋଟ । ସକାଳ ୬ଟା ୩୦ରୁ ଅପରାହ୍‌ଣ ଗୋଟାଏ ଯାଏ ମତଦାନ ଚାଲିଥିଲା । ଆସନ୍ତା ୧୭ ତାରିଖରେ କୋଟିଆର ଅନ୍ୟ ୨ଟି ଗାଁରେ ମତଦାନ ହେବ ।

ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ କୋଟିଆ ବାସିନ୍ଦା ଦୁଇଟି ରାଜ୍ୟ ପାଇଁ ଭୋଟ୍‌ ଦେଇଛନ୍ତି । ୨୦୧୪, ଏପ୍ରିଲ ୧୦ରେ ସେମାନେ କୋରାପୁଟ ଲୋକସଭା ଓ ପଟ୍ଟାଙ୍ଗୀ ବିଧାନସଭା ଆସନରେ ମତାଧିକାର ସାବ୍ୟସ୍ତ କରିଥିଲେ । ସେହିବର୍ଷ ମେ ୭ତାରିଖରେ ଆନ୍ଧ୍ରର ଆରୁଖ ଲୋକସଭା ଆସନ ପାଇଁ ବି ଦେଇଥିଲେ ଭୋଟ୍‌ । ୨୦୧୯ ସାଧାରଣ ନିର୍ବାଚନରେ ଦୁଇଟି ରାଜ୍ୟର ଲୋକସଭା ଆସନ ପାଇଁ ଭୋଟ୍‌ ଦେଇଥିଲେ କୋଟିଆର ଭୋଟର । କୋଟିଆ ପଞ୍ଚାୟତର ୨୮ଟି ଗାଁରେ ଅଛନ୍ତି ମୋଟ୍‌ ୫ହଜାର ୪୨୦ ଭୋଟର । ଏଥିରୁ ୨୧ଟି ଗାଁ ସୀମା ବିବାଦ ଭିତରେ ଆସୁଛି ।

ପୂର୍ବରୁ କୋଟିଆ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟ ୨୦୦୬ରେ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆନ୍ଧ୍ର ପ୍ରଦେଶ ସରକାର ଏହାର ଉଲ୍ଲଙ୍ଘନ କରିଛନ୍ତି । ଏହାକୁ ବିରୋଧ କରି ଓଡ଼ିଶା ସୁପ୍ରିମକୋର୍ଟ ଯାଇଥିବା ବେଳେ ଆନ୍ଧ୍ରକୁ ଜବାବ ତଲବ କରାଯାଇଛି ।

ଗଜପତି ଜିଲ୍ଲାରେ ବି ଆନ୍ଧ୍ର ନିର୍ବାଚନ

କେବଳ କୋଟିଆ ନୁହେଁ ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତର ୪ଟି ଗାଁ ଉପରେ ଆନ୍ଧ୍ର ସରକାର ଆଖି ପକାଇଛନ୍ତି । ଭୋଟରଙ୍କୁ ପ୍ରଲୋଭିତ କରି ପଞ୍ଚାୟତ ନିର୍ବାଚନ ପାଇଁ ଉଦ୍ୟମ ବେଳେ ମାଣିକପାଟଣା ଗାଁରେ ଆନ୍ଧ୍ର ଅଧିକାରୀଙ୍କ ସହ ଗଜପତି ଜିଲ୍ଲା ପ୍ରଶାସନ କଥା କଟାକଟି ହୋଇଛି।

ଆନ୍ଧ୍ର ଓଡିଶା ସୀମାନ୍ତ ଗଜପତି ଗଙ୍ଗାବାଡ଼ ପଞ୍ଚାୟତର ୪ଟି ଗାଁରେ ନିର୍ବାଚନ କରିବାକୁ ଆନ୍ଧ୍ର ଷଡଯନ୍ତ୍ର କରିଥିଲା । ହେଲେ ବୁରୁସିଂ ଗାଁର ଭୋଟର ନିର୍ବାଚନରେ ସାମିଲ ହୋଇନାହାନ୍ତି । ରାସନ କାର୍ଡ ସହ ଟଙ୍କା ଭଳି ବିଭିନ୍ନ ପ୍ରଲୋଭନ ଦେଖାଇଥିଲା ଆନ୍ଧ୍ର । ସେଠାରେ ଓଡ଼ିଶା ସରକାରଙ୍କ ଅଧିକାରୀ ଲୋକଙ୍କୁ ବୁଝାସୁଝା କରିବା ସହ ସମସ୍ତ ସୁବିଧା ସୁଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ମତଦାନରେ ସାମିଲ ହୋଇନାହାନ୍ତି ବୁରୁସିଂ ଭୋଟର ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.