Below header

ଗଞ୍ଜାମ: ଟିଉସନ୍ ସାରି ଘରକୁ ଫେରୁଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ୪ ଗିରଫ

ଭଞ୍ଜନଗର(କେନ୍ୟୁଜ୍): ଟିଉସନ୍ ସାରି ଘରକୁ ଫେରୁଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅଞ୍ଚଳର ଘଟିଛି ଏହି ଘଟଣା । ସୂଚନା ଅନୁସାରେ ସଂପୃକ୍ତ ନାବାଳିକା ଜଣକ ଟିଉସନରୁ ଘରକୁ ଫେରିବା ରାସ୍ତାରେ ୨ଟି ବାଇକରେ ୪ଜଣ ଯୁବକ ଆସି  ଅଶ୍ଳୀଳ ଇଙ୍ଗିତ କରିଥିଲେ।

ପରେ ସେଥିରୁ ଜଣେ ଯୁବକ ନାବାଳିକାକୁ ଉଠାଇ ନେଇ ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିବା ନେଇ ଭଂଜନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି ସଂପୃକ୍ତ ଯୁବକ ଏବଂ ତା’ର ୩ ଜଣ ସହଯୋଗୀଙ୍କୁ ଗିରଫ କରିଛି ଭଂଜନଗର ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.