ରୋଷେଇ କରୁଥିବା ବେଳେ କାମୁଡ଼ିଲା ସାପ, ପ୍ରାଣ ହରାଇଲେ ଅଙ୍ଗନବାଡି ସହାୟିକା

ଅଙ୍ଗନବାଡ଼ି କେନ୍ଦ୍ରରେ ରୋଷେଇ କରୁଥିବା ବେଳେ କାମୁଡ଼ିଲା ସାପ। ପ୍ରାଣ ହରାଇଲେ ଅଙ୍ଗନବାଡି ସହାୟିକା।

ଅଙ୍ଗନବାଡ଼ି କେନ୍ଦ୍ରରେ ରୋଷେଇ କରୁଥିବା ବେଳେ କାମୁଡ଼ିଲା ସାପ। ପ୍ରାଣ ହରାଇଲେ ଅଙ୍ଗନବାଡି ସହାୟିକା। ବାଙ୍କୀ ଡମପଡ଼ା ବ୍ଲକର ବିଲିପଡ଼ା ଦୁଇନମ୍ବର ଅଙ୍ଗନବାଡି କେନ୍ଦ୍ରରେ ଅଘଟଣ। ଅଙ୍ଗନବାଡି କେନ୍ଦ୍ର ସହାୟିକା ସୁଲୋଚନା ସ୍ବାଇଁ ଶିଶୁଙ୍କ ପାଇଁ ରୋଷେଇ କରୁଥିବା ବେଳେ ଏକ ବିଷଧର ସାପ ତାଙ୍କୁ ଦଂଶିଦେଇଥିଲା।

ସାଙ୍ଗେ ସାଙ୍ଗେ ତାଙ୍କୁ ବାଙ୍କୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାର କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଅଙ୍ଗନବାଡି କେନ୍ଦ୍ର ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.