ନାସିର୍‌-ଜୁନୈଦ ହତ୍ୟା ମାମଲା: ୮ ମାସ ଧରି ଫେରାର୍‌ ଥିବା ମୋନୁ ମାନେସର ଗିରଫ

ହରିୟାଣା ପୋଲିସ ମଙ୍ଗଳବାର ଅପରାହ୍ନରେ ମୋନୁ ମାନେସରଙ୍କୁ ଗିରଫ କରିଛି। ଗିରଫ ପରେ ପୋଲିସ ତାଙ୍କୁ ନୁହ କୋର୍ଟରେ ହାଜର କରିଥିଲା। ମୋନୁଙ୍କ ନାଁରେ ଭିବାନୀର ନାସିର-ଜୁନୈଦଙ୍କୁ ହତ୍ୟା ନେଇ ଅଭିଯୋଗ ରହିଛି।

ହରିୟାଣା ପୋଲିସ ମଙ୍ଗଳବାର ଅପରାହ୍ନରେ ମୋନୁ ମାନେସରଙ୍କୁ ଗିରଫ କରିଛି। ଗିରଫ ପରେ ପୋଲିସ ତାଙ୍କୁ ନୁହ କୋର୍ଟରେ ହାଜର କରିଥିଲା। ମୋନୁଙ୍କ ନାଁରେ ଭିବାନୀର ନାସିର-ଜୁନୈଦଙ୍କୁ ହତ୍ୟା ନେଇ ଅଭିଯୋଗ ରହିଛି। ହରିୟାଣା ପୋଲିସ ତାଙ୍କୁ ରାଜସ୍ଥାନ ପୋଲିସକୁ ହସ୍ତାନ୍ତର କରିବ।

ଗତ ୮ ମାସ ଧରି ମୋନୁ ଫେରାର୍‌ ଥିଲେ। ରାଜସ୍ଥାନ ପୋଲିସ ତାଙ୍କୁ ଦୀର୍ଘ ୮ ମାସ ଧରି ଖୋଜୁଥିଲା। କହି ରଖୁଛୁ, ୨୦୨୩ ଫେବୃୟାରୀ ୧୬ରେ ହରିୟାଣାର ଭିବାନୀରେ ଏକ ବୋଲେରୋ ଗାଡ଼ିରେ ଦୁଇଟି ଜଳନ୍ତା ମୃତଦେହ ମିଳିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଏହି ମୃତଦେହ ଦ୍ୱୟ ରାଜସ୍ଥାନର ଭରତପୁର ଘାଟମିକା ଗାଁର ଜୁନୈଦ ଓ ନାସିରଙ୍କର ଥିଲା।

ଏହି ମାମଲାରେ ଉଭୟଙ୍କ ପରିବାର ଲୋକେ ହରିୟାଣାର ଗୋରକ୍ଷକମାନଙ୍କ ଉପରେ ଜିଅନ୍ତା ଜାଳିଦେବାର ଅଭିଯୋଗ ଆଣିଥିଲେ। ଫେବୃୟାରୀ ୧୫ରେ ଜୁନୈଦ ଓ ନାସିରଙ୍କୁ ପ୍ରଥମେ ଅପହରଣ କରି ନିଆଯାଇଥିଲା। ପରଦିନ ବୋଲେରୋ ଗାଡ଼ିରେ ଉଭୟଙ୍କ କଙ୍କାଳ ଜବତ ହୋଇଥିଲା।

ମେଡିକାଲ ରିପୋର୍ଟ ପରେ ଜଣାପଡ଼ିଥିଲା ଯେ ଉଭୟ କଙ୍କାଳ ନାସିର ଓ ଜୁନୈଦଙ୍କର। ଏହି ମାମଲାରେ ପରିବାର ସଦସ୍ୟ ବଜରଙ୍ଗ ଦଳର ଗୋରକ୍ଷକ ମୋନୁ ମାନେସର ଏବଂ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିଥିଲେ। ଏହି ମାମଲାରେ ପୋଲିସ ଅନ୍ୟ ୮ ଅପରାଧୀଙ୍କୁ ପୂର୍ବରୁ ଗିରଫ କରିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.