କରୋନା ଭାଇରସ୍‌, ଭ୍ୟାକ୍ସିନ୍‌ ଓ ରାଜନୀତି…ମୁକ୍ତିଲାଭ କଲା ବିବେକ୍‌ ଅଗ୍ନିହୋତ୍ରୀଙ୍କ ‘ଦ ଭ୍ୟାକ୍ସିନ୍ ୱାର୍’ର ଟ୍ରେଲର

ଗମ୍ଭୀର ପ୍ରସଙ୍ଗ ଉପରେ ଫିଲ୍ମ ତିଆରି କରୁଥିବା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦ ଭ୍ୟାକ୍ସିନ୍ ୱାର୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି। କରୋନା ମହାମାରୀ ଏବଂ ଭ୍ୟାକ୍ସିନ୍‌କୁ ନେଇ ହୋଇଥିବା ଯୁଦ୍ଧର କାହାଣୀକୁ ବିବେକ ବଡ଼ ପରଦାରେ ଆଣିଛନ୍ତି।

ଦ ଭ୍ୟାକ୍ସିନ୍ ୱାର୍ ଫିଲ୍ମର ଟ୍ରେଲର ଆଜି ମୁକ୍ତିଲାଭ କରିଛି, ଯେଉଁଥିରେ ଅନୁପମ ଖେର୍‌, ନାନା ପାଟେକର, ରାଇମା ସେନ, ମୋହନ କପୁର ଓ ପଲ୍ଲଭି ଯୋଶୀଙ୍କ ଭଳି ଦମ୍‌ଦାର କଳାକାର ନଜର ଆସିଛନ୍ତି। ଦ ଭ୍ୟାକ୍ସିନ୍‌ ୱାର୍‌କୁ ଭାରତର ପ୍ରଥମ ‘ବାୟୋ ସାଇନ୍ସ ମୁଭି’ ବୋଲି କୁହାଯାଉଛି।

ଏହି ଫିଲ୍ମ ମାଧ୍ୟମରେ କରୋନା ମହାମାରୀ ଏବଂ ଏଥିରୁ ଉପୁଜୁଥିବା ସମସ୍ୟାକୁ ଦେଖାଇବାକୁ ପ୍ରୟାସ କରାଯାଇଛି। ସେପଟେ ଡାକ୍ତର ଏବଂ ବୈଜ୍ଞାନିକମାନେ ଭ୍ୟାକ୍ସିନ୍‌ ତିଆରି କରିବାରେ କିପରି ଏହି ଯୁଦ୍ଧ ଲଢ଼ିଛନ୍ତି, ତାହା ଏଥିରେ ଦେଖିବାକୁ ମିଳିବ। ଅଗଷ୍ଟ ୧୫ରେ ଦ ଭ୍ୟାକ୍ସିନ୍ ୱାର୍‌ର ଟିଜର ରିଲିଜ୍‌ ହୋଇଥିଲା। ଏବେ ଟ୍ରେଲର ଦେଖି ଫ୍ୟାନ୍‌ମାନଙ୍କ ଉତ୍ସାହ ଆହୁରି ବଢ଼ିଯାଇଛି।

କହି ରଖୁଛୁ, ଦ ଭ୍ୟାକ୍ସିନ୍ ୱାର୍‌ ସେପ୍ଟେମ୍ବର ୨୮ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ର ହିନ୍ଦୀ ସହ ଅନ୍ୟାନ୍ୟ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.