ବସକୁ ଅଟକାଇ କାଚ ଭାଙ୍ଗିଲା ହାତୀ, ଆତଙ୍କିତ ହୋଇ ଦୌଡ଼ିଲେ ଲୋକେ

ବସକୁ ଅଟକାଇ କାଚ ଭାଙ୍ଗିଲା ହାତୀ। ଆତଙ୍କିତ ହୋଇ ଦୌଡ଼ିଲେ ଲୋକେ। ରାୟଗଡ଼ା ଜିଲ୍ଲା ଆନ୍ଧ୍ର ପ୍ରଦେଶ ସୀମାନ୍ତ କେରେଡ଼ା ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶ ର ପାର୍ବତୀପୁରମ୍ ଠାରୁ କଲ୍ୟାଣସିଂପୁର ଆସୁଥିବା ଯାତ୍ରୀବାହୀ ବସ ବିଜୟଦୂର୍ଗାକୁ ଅଟକାଇଥିଲା ହାତୀ।

ରାୟଗଡ଼ା (କେନ୍ୟୁଜ୍‌) : ରାସ୍ତା ଉପରେ ବସକୁ ଅଟକାଇଲା ଆଉ ଶୁଣ୍ଢରେ କାଚ ଭାଙ୍ଗିଲା ଦନ୍ତା ହାତୀ। ପୁଣି ବସ୍‌କୁ ଠେଲିବାକୁ ଲାଗିଲା । ତେବେ ବସ୍‌ ଡ୍ରାଇଭରର ଉପସ୍ଥିତି ବୁଦ୍ଧି ଯୋଗୁଁ ବସ୍‌ ଯାତ୍ରୀମାନେ ରକ୍ଷା ପାଇଗଲେ । ଡ୍ରାଇଭର ବସ୍‌ ଟିକୁ ପଛୁଆ ନେଇ ଯିବା ଫଳରେ ହାତୀ ଆଉ ଆଗକୁ ଗଲା ନାହିଁ । ହେଲେ ପାଖରେ ଥିଲା ଲୋକମାନଙ୍କୁ ଗୋଡ଼ାଇବାକୁ ଆରମ୍ଭ କଲା । ଲୋକେ ପ୍ରାଣ ବିକଳରେ ଦୌଡ଼ି ପଳାଇ ଗଲେ । ରାୟଗଡ଼ା ଜିଲ୍ଲା ଆନ୍ଧ୍ର ପ୍ରଦେଶ ସୀମାନ୍ତ କେରେଡ଼ା ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ୍ ଠାରୁ ରାୟଗଡ଼ା କଲ୍ୟାଣସିଂପୁରକୁ ଆସୁଥିବା ଯାତ୍ରୀବାହୀ ବସ ବିଜୟଦୁର୍ଗାର ଯାତ୍ରୀମାନେ ଆଜି ଈଶ୍ୱରଙ୍କୁ କୋଟି କୋଟି ପ୍ରଣାମ କରୁଛନ୍ତି । କାରଣ ଦନ୍ତା ହାତୀଟି ବସ୍‌ କାଚ ଭାଙ୍ଗି ଛଡ଼ା ଆଉ କିଛି କ୍ଷତି କରି ନଥିଲା । ନହେଲେ କଣ ଯେ ହୋଇଥାନ୍ତା ।

BUS-2

ସୂଚନା ଅନୁସାରେ ବିଜୟଦୁର୍ଗା ବସ୍‌ ଯାତ୍ରୀଙ୍କୁ ନେଇ କଲ୍ୟାଣସିଂହପୁରକୁ ଆସୁଥିବା ବେଳେ ପାର୍ବତୀପୁରମ ଜିଲ୍ଲା ଆର୍ତ୍ତମ ଠାରେ ରାସ୍ତା ମଝିରେ ହଠାତ୍‌ ହାତୀ ସହ ସାମନା ସାମନି ହୋଇ ଯାଇଥିଲା । ଡ୍ରାଇଭର ବସ୍‌କୁ ସିନା ଅଟକାଇ ଦେଲେ ହେଲେ ଆଗରେ ହାତୀକୁ ଦେଖଇ କିଛି ଭାବି ପାରିଲେନି । ସେତେବେଳେକୁ ହାତୀ ରାଗି ଯାଇ ବସ୍‌ ଉପରକୁ ଆକ୍ରମଣ କରି ସାମନା କାଚ ଭାଙ୍ଗି ଦେଲା । ଡ୍ରାଇଭର ସଂଗେ ସଂଗେ ବସ୍‌ଟିକୁ ପଛକୁ ନେଇଗଲେ । ଏପଟେ ରାସ୍ତା କଡ଼ରେ ହାତୀକୁ ଦେଖି ପାଟି କରି ଘଉଡ଼ାଇବା ପାଇଁ ଚେଷ୍ଟା କରୁଥିବା ଲୋକଙ୍କୁ ହାତୀ ଗୋଡ଼ାଇବା ଆରମ୍ଭ କରିଥିଲା । ସମସ୍ତେ ଭୟରେ ଦୌଡ଼ି ପଳାଇ ଯାଇଥିଲେ । ଆଉ ଦନ୍ତାହାତୀଟି ବୀରଦର୍ପରେ ରାସ୍ତା ଉପରେ ଠିଆ ହୋଇ ରହିଥିଲା । ବେଶ୍‌ କିଛି ସମୟ ଠିଆ ହୋଇ ରହିବା ପରେ ରାଗିଥିବା ହାତୀଟି ଜଙ୍ଗଲକୁ ପଳାଇ ଯାଇଥିଲଶ । ଏହି ଦନ୍ତାହାତୀ ପଡୋଶୀ ଆନ୍ଧ୍ର ପ୍ରଦେଶର କେନ୍ନୁରୁ ଜଙ୍ଗଲ ଅଞ୍ଚଳରୁ ଆସିଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.