Below header

ମୋଷ୍ଟ ୱାଣ୍ଟେଡ ନିଶା ମାଫିଆ ଅନୀଲ ପାଣ୍ଡିକୁ ଧରାଇଦେଲେ ମିଳିବ ପୁରସ୍କାର, ଗୋପନ ରଖାଯିବ ପ୍ରଦାନକାରୀଙ୍କ ନାମ

ଭୁବନେଶ୍ବର(କେନ୍ୟୁଜ୍):ମୋଷ୍ଟ ୱାଣ୍ଟେଡ ନିଶା ମାଫିଆ ଅନୀଲ ପାଣ୍ଡିକୁ ଧରାଇଦେଲେ ମିଳିବ ପୁରସ୍କାର । କୋଦଳା ଛଛିନାର କୁଖ୍ୟାତ ନିଶା ମାଫିଆ ଅନୀଲ ପଣ୍ଡି ଏବେ ପଳାତକ ରହିଛି । ତା ଘର ଗଞ୍ଜାମ ଜିଲ୍ଲା କୋଦଳାର ଛଚିନାରେ । ସେ ଗଞ୍ଜେଇ, ମାରୁଜିଆନା ସମେତ ବିଭିନ୍ନ ନିଶା ସାମଗ୍ରୀ କାରବାରରେ ସଂପୃକ୍ତ । ତାକୁ ଧରାଇଦେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ ।

ଏଥିସହ ସୂଚନା ପ୍ରଦାନକାରୀଙ୍କ ନାଁ ଗୋପନ ରଖାଯିବ ବୋଲି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ ପକ୍ଷରୁ କୁହାଯାଇଛି । ଏପଟେ ନିଶା ମାଫିଆ ଅନୀଲର ୨ କୋଟି ୩୫ ଲକ୍ଷ ଟଙ୍କାର ସଂପତ୍ତି ବାଜ୍ୟାପ୍ତି ହେବ । NDPS କେସ୍‌ରେ ଏହି ସଂପତ୍ତିକୁ ବାଜ୍ୟାପ୍ତି କରାଯିବ । ଏଥିପାଇଁ କମ୍ପିଟେଣ୍ଟ ଅଥିରିଟି, କୋଲକାତା ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.