ଜ୍ୟୋତିର୍ବିଜ୍ଞାନର ଜ୍ଞାନ ଦେଉଛି ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟ ସରକାରଙ୍କ ଦ୍ଵାରା ୧୯୯୦ ମସିହାରେ ପ୍ରତିଷ୍ଠା ହୋଇଥିଲା ଭୁବନେଶ୍ୱରର ଆଚାର୍ଯ୍ୟ ବିହାରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ। ଯାହାର ମୁଖ୍ୟ ଲକ୍ଷ ହେଲା ଜ୍ୟୋତିର୍ବିଜ୍ଞାନୀ ତଥା ବିଜ୍ଞାନକୁ ଲୋକପ୍ରିୟ କରିବା । ଏଠାରେ ବିଭିନ୍ନ ପ୍ରକାର ବିଜ୍ଞାନ ବିଷୟ ବସ୍ତୁକୁ ନେଇ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ଯାହାକୁ ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ମଧ୍ୟ ଏଠାକୁ ଆସିଥାନ୍ତି।

ତେବେ ଆଜି ଆମେ ଏହି ପ୍ଲାନେଟାରିୟମ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ବିଷୟରେ ଜାଣିବା ପାଇଁ ପ୍ଲାନେଟାରିୟମ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସହ କଥା ହୋଇଥିଲୁ । ତାଙ୍କ କହିବା ଅନୁଯାୟୀ ଏଠାରେ ବିଭିନ୍ନ ପ୍ରକାର ସୋ ହୋଇଥାଏ। ଆଉ ଏହି ସୋ ଟି ସପ୍ତାହରେ ସୋମବାର ବ୍ୟତୀତ ଅନ୍ୟ ସବୁବେଳେ ହୋଇଥାଏ। ଏହା ଛଡା ଗୋଟିଏ ଦିନରେ ଅତି କମ ରେ ଚାରୋଟି ସୋ ହୋଇଥାଏ। ଯେପରିକି ଦିନ ୨ ଟା ବେଳେ ଓଡ଼ିଆରେ,୩ ଟା ବେଳେ ହିନ୍ଦୀରେ, ୪ ଟା ବେଳେ ଇଂରାଜୀରେ ଓ ସନ୍ଧ୍ୟା୫ ଟା ବେଳେ ଓଡ଼ିଆରେ ସୋ ହୋଇଥାଏ। କିନ୍ତୁ ଯେତେବେଳେ ଅଧିକ ଛାତ୍ର ଛାତ୍ରୀ ମାନେ ଆସନ୍ତି ତାଙ୍କ ପାଇଁ ଅଧିକ ସୋ ରହିଥାଏ। ଏପରିକକ ଗୋଟେ ଗୋଟେ ଦିନରେ ୧୫ ରୁ ୧୬ ଟି ସୋ ଦେଖିବାରେ ବ୍ୟବସ୍ଥା ମଧ୍ୟ ରହିଛି। ବିଶେଷ କରି ନଭେମ୍ବର, ଡିସେମ୍ବର ଓ ଜାନୁୟାରୀ ମାସରେ ଅଧିକ ମାତ୍ରାରେ ପର୍ଯ୍ୟଟକ ମାନେ ଆସିଥାନ୍ତି । ସେହି ସମୟରେ ୧୦ ଟି ରୁ ଅଧିକ ସୋ ହୋଇଥାଏ। ଆଉ ଏହି ସୋ ର ଅବଧି ପ୍ରାୟ ଅଧ ଘଣ୍ଟା ଲେଖାଏଁ ରହିଥାଏ। ଏଠାରେ ବସିବା ପାଇଁ ୧୮୦ ଟି ସିଟର ବ୍ୟବସ୍ଥା ରହିଛି ।

ସେହିପରି ଏହି ସୋ ଗୁଡିକ ତିନୋଟି ପ୍ରକାର ଭାଷାରେ ଭିନ୍ନ ଭିନ୍ନ ବିଷୟକୁ ନେଇ ହୋଇଥାଏ। ଏବଂ ପ୍ରତି ଦୁଇ ମାସରେ ଏହି ବିଷୟ ବସ୍ତୁକୁ ପରିବର୍ତ୍ତନ ମଧ୍ୟ କରାଯାଇଥାଏ। ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଏହି ପ୍ଲାନେଟାରିୟମରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବେଶ ସୁବିଧା ରହିଛି। କାରଣ ଏଠାରେ ଛାତ୍ରଛାତ୍ରୀ ମାନେ ସୌର ମଣ୍ଡଳକୁ ନେଇ ବିଭିନ୍ନ ପ୍ରକାରର ଶିକ୍ଷଣୀୟ ବିଷୟବସ୍ତୁକୁ ଦେଖିଥାନ୍ତି।

ଏହା ମଧ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ ନିୟମିତ ସୋ ବ୍ୟତୀତ ଦୂରବିକ୍ଷଣ ଯନ୍ତ୍ର ସାହାଯ୍ୟରେ, ଗ୍ରହ,ତାରା, ନକ୍ଷେତ୍ର କୁ ମଧ୍ୟ ଲୋକ ମାନଙ୍କୁ ଦେଖାଇବାର ସୁବିଧା ରହିଛି। କେବଳ ସେତିକି ନୁହେଁ ଅମାବାସ୍ୟା ପରେ ବା ଆକାଶ ଯେତେବେଳେ ମେଘମୁକ୍ତ ଥାଏ ସେତେବେଳେ ବିନା ମୂଲ୍ୟରେ ଯିଏ ଚାହିଁବ ଦେଖିପାରିବେ। ବିଶେଷ କରି ଯଦି କୌଣସି ଗୋଟିଏ ମହାକାଶୀ ଘଟଣା ଥାଏ ଯେପରିକି ସୂର୍ଯ୍ୟପରାଗ ହେଉ କି ଚନ୍ଦ୍ର ଗ୍ରହଣ ହେଉ ସେ ସବୁ ସମୟରେ ପ୍ଲାନେଟାରିୟମ ଚଳଚଞ୍ଚଳ ହୋଇଯାଏ। ତେବେ ଏହି ପ୍ଲାନେଟାରିୟମ କୁ ବର୍ଷ ତମାମ ବହୁ ଦୂରଦୂରାନ୍ତରୁ ଅନେକ ଛାତ୍ରଛାତ୍ରୀ, ପର୍ଯ୍ୟଟକ ଆଦି ଆସିଥାନ୍ତି।

ତେବେ ଏଠାରେ ସବୁଠୁ ଭଲ କଥା ହେଉଛି ଏହି ସବୁ ସୋ ଜ୍ୟୋତିର୍ବିଜ୍ଞାନୀ ସମ୍ବନ୍ଧୀୟ ତା ସହିତ ବିଜ୍ଞାନର ମଧ୍ୟ କିଛିଟା ବିଷୟ ରହୁଛି। ଏହି ସବୁ ସୋ ର ଭାଷା ଗୁଡିକ ଅତି ସରଳ ହୋଇଥାଏ ।କାରଣ ଛାତ୍ରଛାତ୍ରୀଙ୍କ ଠାରୁ ସାଧାରଣ ବ୍ୟକ୍ତି ଏହାକୁ ଅତି ସହଜରେ ବୁଝିପାରୁଥିବେ। କେବଳ ଭୁବନେଶ୍ୱର ରେ ପଠାଣି ସାମନ୍ତ ପ୍ଲାନେଟାରିୟମ ନୁହେଁ ବୁର୍ଲାରେ ମଧ୍ୟ ଦ୍ୱିତୀୟ ପ୍ଲାନେଟାରିୟମ ପ୍ରତିଷ୍ଠା ହୋଇଛି। ଏହା ବ୍ୟତୀତ ରାୟଗଡା ଓ ମାଲକାନଗିରି ରେ ମଧ୍ୟ ଦୁଇଟି ମୋବାଇଲ ପ୍ଲାନେଟାରିୟମ ରହିଛି ଯାହା ଦ୍ୱାରା ଛାତ୍ରଛାତ୍ରୀ ମାନେ ଏଠାକୁ ଯାଇ  ଉପଭୋଗ କରିଥାନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.