Below header

ଢେଙ୍କାନାଳ: ମର୍ମନ୍ତୁଦ ଦୁର୍ଘଟଣାରେ ୫ମୃତକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା

ଢେଙ୍କାନାଳ(କେନ୍ୟୁଜ୍): କାମାକ୍ଷାନଗର ୫୩ ନମ୍ବର ଜାତୀୟ ରାଜପଥର ପଥରଖମ୍ବ ଛକ ନିକଟରେ  ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ପରେ ସହାୟତା ରାଶି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଘୋଷଣା କରାଯାଇଛି। ସୂଚନା ଥାକି, ଏକ ଅଟୋକୁ ଧକ୍କା ଦେଇଥିଲା କୋଇଲା ବୋଝେଇ ଟ୍ରକ।

ମୃତକଙ୍କ ମଧ୍ୟରେ ବାପା ଓ ପୁଅ ଥିବା ଜଣାପଡିଛି । ସମସ୍ତ ମୃତକ ଗୋଟିଏ ଗାଁର । ମୃତକଙ୍କ ମଧ୍ୟରେ ଜଣେ ୧୩ ବର୍ଷୀୟ ବାଳକ ରହିଛି। ସମସ୍ତ ମୃତକ କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର। ସକାଳୁ ମହୁଲ ଟୋଲ ପେଶିବାକୁ ମୁକ୍ତାପଶି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ ଧକ୍କାରେ ଅଟୋଟି ପୁରା ଚୁରମାର ହୋଇଯାଇଛି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପର ଚମ୍ପଟ ମାରିଛନ୍ତି। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଘୋଷଣା କରାଯାଇଛି। ଜିଲ୍ଲା ରେଡକ୍ରସ ପାଣ୍ଠିରୁ ମଧ୍ୟ ୨୦ହଜାର ଟଙ୍କା ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.