ଭୁଶୁଡୁଛି ମାଓ ଗଡ଼, ପୁଣି ୧୮୦ ମାଓ ସମର୍ଥକ କଲେ ଆତ୍ମସମର୍ପଣ
ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲାକୁ ଗତ କିଛି ଦିନ ତଳେ ପୁଲିସ ଡିଜି ସୁନୀଲ ବଂଶଲ ମାଲକାନଗିରି ଗସ୍ତ କରି ସ୍ୱାଭିମାନ ଅଂଚଳର ଯନ୍ତ୍ରୀ ଠାରେ ନୂତନ ଭାବେ ବିଏସଏଫ କ୍ଯାମ୍ପ ପ୍ରତିଷ୍ଠା ହେବା ପରେ ମାଓ ଦମନ ନେଇ ସମୀକ୍ଷା କରିଥିଲେ।ବିଏସଏଫ କ୍ଯାମ୍ପରେ ପୁଲିସ ଡିଜିଙ୍କ ସମ୍ମୁଖରେ ୫୦ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ। ସମସ୍ତେ ଭବିଷ୍ଯତରେ ମାଓବାଦୀଙ୍କୁ ସମର୍ଥନ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅଂଚଳର ବିକାଶରେ ସମସ୍ତେ ଭାଗିଦାର ହେବେ ବୋଲି କହିଥିଲେ।ସମସ୍ତ ଗ୍ରାମବାସୀଙ୍କୁ ପୁଲିସ ଡିଜି ଦୈନନ୍ଦିନ ସାମଗ୍ରୀ ସହ ସାଢୀ,କମ୍ବଳ,ଶିଶୁଙ୍କ ପାଇଁ ବହିପତ୍ର,ଯୁବକମାନଙ୍କ ପାଇଁ ଖେଳ ସାମଗ୍ରୀ ପ୍ରଦାନ କରିଥିଲେ।
ଆଜି ଯନ୍ତ୍ରୀ ପଞ୍ଚାୟତର ଡାବଗୁଡା,ଆରଲିଙ୍ଗପଡା ଏବଂ ଧାକଡପଦର ଗ୍ରାମର ୧୮୦ ଜଣ ମହିଳା ପୁରୁଷ ମାଲକାନଗିରି ପୁଲିସ ଏବଂ ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିଥିଲେ।ଯନ୍ତ୍ରୀ ଠାରେ ରହିଥିବା ବିଏସଏଫ କ୍ଯାମ୍ପରେ ରେ ଚିତ୍ରକୋଣ୍ଡା SDPO ଅଂଶୁମାନ ଦ୍ଵିବେଦୀ,ବିଏସଏଫ କମାଣ୍ଡାଣ୍ଟ,ଙ୍କ ସମେତ ଅନ୍ଯ ପଦାଧିକାରୀମାନେ ଉପସ୍ଥିତ ଥିଲେ।ଏହି ମାଓ ସମର୍ଥକ ଏବଂ ଗ୍ରାମ୍ଯ କମିଟି ସଦସ୍ଯମାନେ ପୁଲିସ ଉପରେ ଗୁଳି ଚଳାଇବା,ହତ୍ୟା କରିବା,ଲୁଟପାଟ କରିବା ଭଳି କାର୍ଯ୍ଯରେ ଲିପ୍ତ ରହିଥିଲେ।ଏଠାରେ ସେମାନଙ୍କୁ ସୁରକ୍ଷା ଦେବାକୁ କେହି ନଥିବାରୁ ବାଧ୍ୟ ହୋଇ ମାଓବାଦୀଙ୍କୁ ସମର୍ଥନ କରୁଥିଲେ।ଏବେ ବିଏସଏଫ ଏବଂ ପୁଲିସର ଘନ ଘନ ପଇଁତରା ଏବଂ ଏହି ଅଂଚଳକୁ ସୁରକ୍ଷା ଦେବା ପରେ ମାଓ ସମର୍ଥକମାନେ ବାଧ୍ୟ ହୋଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।ତେବେ ଆତ୍ମସମର୍ପଣ ମାଓବାଦୀଙ୍କୁ ମଧ୍ୟ ମୁଖ୍ଯସ୍ରୋତରେ ସାମିଲ କରିବାକୁ ସବୁ ପ୍ରକାର ସାହାଯ୍ଯ ସହଯୋଗ ଯୋଗାଇ ଦିଆଯିବ ବୋଲି ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ କହିଛି।