ସୁନ୍ଦରଗଡରରୁ ୪୯ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୨୯୮ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ୨୯୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ସୁନ୍ଦରଗଡରରୁ ୪୯, ଅନୁଗୁଳର ୪୮, କଟକର ୨୪, କେନ୍ଦ୍ରାପଡାର ୧୬,ବାଲେଶ୍ବରର ୧୫,କେନ୍ଦୁଝରର ୧୫,ଝାରସୁଗୁଡାର ୧୪, ଯାଜପୁରର ୧୩, ଖୋର୍ଦ୍ଧାର ୧୨,ମୟୁରଭଞ୍ଜର ୧୨, ବରଗଡର ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ବଲାଙ୍ଗିରର ୧୦, ସମ୍ବଲପୁରର ୮, ଦେବଗଡର ୬,ଗଞ୍ଜାମର ୬,ନବରଙ୍ଗପୁରର ୬, ଭଦ୍ରକର ୬,ଗଜତସିଂହପୁରର ୬,ନୂଆପଡାର ୪, ରାୟଗଡାର ୩, ବୌଦ୍ଧ, କଳାହାଣ୍ଡି, କୋରାପୁଟ,ନୟାଗଡରୂ ୨ ଜଣ  ଲଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ସହିତ ମାଲକାନଗିରରୁ ଜଣେ ଓ ଷ୍ଟେଟପୁଲରୁ ୮ ଜଣ  କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ ଆଜିର ସୁସ୍ଥଙ୍କୁ  ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩୨୬୫୦୭ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.