ଟିକାକରଣ ପାଇଁ ଜାଗା ଚିହ୍ନଟ କରିବାକୁ ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ଲେଖିଲା ଚିଠି

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ କରୋନା ଟିକାକରଣ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗର ଚିଠି । ଟିକାକରଣ କେନ୍ଦ୍ର ପାଇଁ ସ୍ଥାନ ଚିହ୍ନଟ କରିବାକୁ ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି । ସେସନ୍ସ ସାଇଟ୍ ଚିହ୍ନଟ ସହ ପ୍ରତି ଟିକାକରଣ କେନ୍ଦ୍ର ପାଇଁ ପାଞ୍ଚ ଜଣିଆ ଟିମ୍ ଗଠନ ପାଇଁ କୁହାଯାଇଛି । ଏନେଇ ସବୁ ଜିଲ୍ଲାପାଳ, ସବୁ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ ମହାପାତ୍ର ।
ସବୁ କେନ୍ଦ୍ରରେ ପ୍ରତୀକ୍ଷାଳୟ, ଟିକାକରଣ କେନ୍ଦ୍ର ଓ ଅବଜର୍ଭେଜସନ୍ ରୁମ୍ ରହିବ । ପ୍ରତି ବ୍ଲକ ଓ ପଞ୍ଚାୟତସ୍ତରରେ ରହିବ ସେସନ୍ସ ସାଇଟ୍ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ କିମ୍ବା ବଡ଼ ବଡ଼ ଘରୋଇ ହସ୍ପିଟାଲରେ ସେସନ୍ସ ସାଇଟ୍ ଚିହ୍ନଟ କରାଯିବ । ବ୍ଲକସ୍ତରରେ ଟାକ୍ସ ଫୋର୍ସ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନକୁ ଜଣାଇବ । ବ୍ଲକ ଓ ଜିଲ୍ଲାସ୍ତରରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ରହିବ ।