କେନ୍ଦୁଝର: ନୂଆ ରୂପରେ ଶୋଭା ପାଇବ ଶ୍ରୀ ବଳଦେବ ଜୀଉ ମନ୍ଦିର, ୧ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝରର ଆରାଧ୍ୟ ଠାକୁର ଶ୍ରୀବଳଦେବ ଜୀଉ ବିଜେଙ୍କର ମନ୍ଦିର ନୂଆ ରୂପରେ ଶୋଭା ପାଇବ । ରାଜ୍ୟ ସରକାର ଦେଇଥିବା  ଆର୍ଥିକ ଅନୁଦାନରେ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ୨୦୨୧ ମସିହା ଶେଷ ସୁଦ୍ଧା ଶେଷ ହେବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଐତିହ୍ୟ ସଂପନ୍ନ ଶ୍ରୀବଳଦେବ ଜୀଉଙ୍କର ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ  ରାଜ୍ୟ ସରକାର ୧ କୋଟି ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି ।

baladev jew 3

ପ୍ରଶାସନ, ଶ୍ରୀବଳଦେବ ଜୀଉ ମନ୍ଦିର ଟ୍ରଷ୍ଟ ଓ ସରକାରଙ୍କ ସହ ଆଲୋଚନା ଅନୁଯାୟୀ ଉପରୋକ୍ତ ଆର୍ଥିକ ରାଶିରେ ଭଜନ ମଣ୍ଡପ,ଭୋଗ ମଣ୍ଡପ, ଭଜନ ମଣ୍ଡପ ସେଡ ଓ ସ୍ନାନମଣ୍ଡପର ନବୀକରଣ କାର୍ଯ୍ୟ ହାତକୁ ନେବାକୁ ନିଷ୍ପତି ନିଆଯାଇଛି । ରାସ୍ତା ଓ ଗୃହ ବିଭାଗକୁ  ନବୀକରଣ ଦାୟିତ୍ୱ ଦିଆଯାଇଛି । ଏହି ମର୍ମରେ ଯଥା ଶୀଘ୍ର ନବୀକରଣ କାର୍ଯ୍ୟ  ଆରମ୍ଭ କରି ୨୦୨୧ ମସିହା ଶେଷ ସୁଦ୍ଧା ନବୀକରଣ କାର୍ଯ୍ୟ  ସମ୍ପୁଣ୍ଣ କରିବାକୁ କେନ୍ଦୁଝର ରାସ୍ତା ଓ ଗୃହ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

baladev jew 4

ଦ୍ୱିତୀୟ ପର୍ଯ୍ୟୟରେ ଶୌଚାଳୟ,ହାତ ଓ ପାଦଧୂଆ ଜୋନ୍‌,ପୂର୍ବ ଦିଗର ପ୍ରବେଶ ପଥ,ରକ୍ଷଣା ବେକ୍ଷଣ ଓ ମରାମତି ସ୍ଥଳୀ, ସ୍ନାନ ମଣ୍ଡପର ପୁନରୁଦ୍ଧାର/ ନିର୍ମାଣ କାର୍ଯ୍ୟ ସହିତ ପାରିପାଶ୍ୱିର୍କ ଉନ୍ନତି ଓ ଲ୍ୟାଣ୍ଡ ସ୍କେପିଂ କାର୍ଯ୍ୟ ହାତକୁ ନିଆଯିବାକୁ ଯୋଜନା କରାଯାଇଛି ।

baladev jew 1

ଉଳ୍ଲେଖଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ସଦର ମହକୁମାର ପୁରୁଣା ସହରରେ ୧.୯୬ ଏକର ଜମି ପରିସରରେ ପବିତ୍ର ବଳଦେବ ଜୀଉ ମନ୍ଦିର ଅବସ୍ଥିତ । ମନ୍ଦିରରେ ଶ୍ରୀ ଶ୍ରୀ ବଳଦେବ ଜୀଉ ବିଜେଙ୍କର ବିଗ୍ରହ ଚାରିପଟେ ମନ୍ଦିର ବେଢାରେ ଅନେକ ଦେବଦେବୀ ପୂଜା ପାଉଛନ୍ତି । ଶ୍ରୀ ଶ୍ରୀ ବଳଦେବ ଜୀଉ ମନ୍ଦିରର ସୌନ୍ଦର୍ଯ୍ୟ କରଣ ହେଲେ ଏହା ବାହାରୁ ଭକ୍ତ,ତୀର୍ଥଯାତ୍ରୀ,ପର୍ଯ୍ୟଟକମାନଙ୍କୁ  ଅଧିକ ଆକର୍ଷିତ କରିବ  ଏବଂ ମନ୍ଦିର ଅଧିକ ଆକର୍ଷଣୀୟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.