ସଂକଟ ବେଳେ ଆଶ୍ବସ୍ତୀ ଦେଉଛି ସୁସ୍ଥ ସଂଖ୍ୟା, ଆଜି ରାଜ୍ୟରୁ ୫୦୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟରୁ ୫୦୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୯୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୫୧୨, ନବରଙ୍ଗପୁରରୁ ୪୦୫, ନୂଆପଡ଼ାରୁ ୩୩୯, ବରଗଡ଼ରୁ ୩୨୨, କଟକରୁ ୨୯୩, ପୁରୀରୁ ୨୮୫, ଝାରସୁଗୁଡ଼ାରୁ ୨୪୩, ବଲାଙ୍ଗୀରରୁ ୨୨୪, ସମ୍ବଲପୁରରୁ ୧୭୨, ଯାଜପୁରରୁ ୧୪୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦୁଝରରୁ ୧୪୦ଜଣ, ମୟୁରଭଞ୍ଜରୁ ୧୩୬ଜଣ, ବାଲେଶ୍ବରରୁ ୧୩୫ଜଣ, ଗଞ୍ଜାମରୁ ୮୮ଜଣ, କଳାହାଣ୍ଡିରୁ ୭୮ଜଣ, ଭଦ୍ରକରୁ ୭୩ଜଣ, ନୟାଗଡ଼ରୁ ୭୦ଜଣ, ରାୟଗଡ଼ାରୁ ୬୬ଜଣ, ଗଜପତିରୁ ୬୫ଜଣ,ସୁବର୍ଣ୍ଣପୁରରୁ ୬୫ଜଣ,ଅନୁଗୁଳରୁ ୬୧ଜଣ, ଜଗତସିଂହପୁରରୁ ୫୯ଜଣ, କେନ୍ଦ୍ରାପଡ଼ାରୁ ୪୮ଜଣ, କୋରାପୁଟରୁ ୪୮ଜଣ, କନ୍ଧମାଳରୁ ୩୦ଜଣ ଓ ଦେବଗଡ଼ରୁ ୨୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମାଲକାନଗିରିରୁ ୨୦ଜଣ, ଢ଼େଙ୍କାନାଳରୁ ୧୬ଜଣ, ବୌଦ୍ଧରୁ ୧୦ଜଣ ଓ ଷ୍ଟେଟପୁଲରୁ ୧୪୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୮୫୪୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.