କେତେ କଷଣ ଦେବ କରୋନା ? ଆଉ ଜଣେ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ କରୋନାରେ ପରଲୋକ

କେନ୍ୟୁଜ୍(ବ୍ୟୁରୋ):  କରୋନାରେ ପୁଣି ଜଣେ ସାମ୍ବାଦିକ ଆଖି ବୁଜିଲେ। ଏକ ପ୍ରମୁଖ ଦୈନିକ ଖବର କାଗଜର ସମ୍ବଲପୁର ବ୍ୟୁରୋ ହେଡ଼ ଦେବେନ୍ଦ୍ର ସାମନ୍ତରାୟଙ୍କ କରୋନାରେ ମ୍‌ତ୍ୟୁ ହୋଇଥିବା ସୂଚନା ମିଳିଛି । କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଆଜି ସନ୍ଧ୍ୟାରେ ତାଙ୍କର ନିଧନ ହୋଇଥିବା ସୂଚନା ମିଳିଛି।

ତାଙ୍କ ବିୟୋଗରେ  ସାମ୍ବାଦିକ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ଘଟିଛି। ସେ ଅନେକ ଗୁଡିଏ ଖବରକାଗଜ ଓ ବୈଦୁତିକ ଗଣମାଧ୍ୟମରେ କାମ କରି ସୁନାମ ଅର୍ଜନ କରିଥିଲେ।ସେ ସମ୍ବାଦ ଓ ପ୍ରଗତିବାଦୀରେ ବି କାର୍ଯ୍ୟ କରିଥିଲେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରଙ୍କୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ବୋଲି ଅନେକ ସାମ୍ବାଦିକ କହିଛନ୍ତି।

 

Leave A Reply

Your email address will not be published.