Below header

ଶରୀରର ଓଜନ ଅଧିକ ଥିଲେ ହୋଇପାରନ୍ତି କରୋନା ସଂକ୍ରମିତ, ରିପୋର୍ଟରୁ ପାଇଛି ପ୍ରକାଶ

ଏକ ଅଧ୍ୟୟନରୁ ଜଣାପଡିଛି ଯେ ଶରୀରରେ ଓଜନ ବଢ଼ିଲେ ଶରୀର ପାଇଁ କୋଭିଡ ମହାମାରୀର ବିପଦ ମଧ୍ୟ ବଢ଼ିଯାଏ । ଏହି ରିପୋର୍ଟ ଗତ ଗୁରୁବାର ଦ ଲାଂସେଣ୍ଟ ଡାୟବେଟିଜ ଆଣ୍ଡ ଆଣ୍ଡୋକ୍ରାୟେନୋଲୋଜି ଜର୍ନଲ ନାମକ ପତ୍ରିକାରେ ପ୍ରକାଶ ପାଇଛି ।

ବ୍ରିଟେନର ଅକ୍ସଫୋଡ ୟୁନିର୍ଭସିଟି ଶରୀରରେ ଥିବା ମାଂସପେଶୀ ସହ କୋଭିଡର ସମ୍ବନ୍ଧକୁ ନେଇ ଅଧ୍ୟୟନ କରିଥିଲେ । ଯେଉଁଥିରେ ସେ କହିଥିଲେ ଯେ ଶରୀରରେ ଓଜନ ବଢ଼ିବା ଦ୍ୱାରା କୋଭିଡ ସଂକ୍ରମଣ ହେବାର ସମ୍ଭାବନା ରହିଛି ।

ଏହି ଅଧ୍ୟୟନ ଇଲଣ୍ଡରେ ୬୯ଲକ୍ଷରୁ ଅଧିକ ଲୋକଙ୍କ ଉପରେ ଆଧାରିତ । ଏଥିରେ ୨୦,୦୦୦ ରୁ ଅଧିକ କୋଭିଡ ରୋଗୀଙ୍କ ଚିହ୍ନଟ ହୋଇଛି ଯେଉଁମାନେ ପ୍ରଥମ ଥର ଭାବେ କୋଭିଡରେ ସଂକ୍ରମିତ ହୋଇଥିଲେ । ପରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ୨୩ କିଲୋଗାମ ପ୍ରତି ବର୍ଗ ମିଟର ବିଏମଆଇରୁ ଅଧିକ ଥିବା ଲୋକଙ୍କ ମଧ୍ୟରେ କୋଭିଡରେ ସଂକ୍ରମିତ ହେବାର ବିପଦ ରହିଛି । ଏହି ବିଏମଆଇ ସ୍ୱାସ୍ଥ୍ୟ ଶ୍ରେଣୀର ଅନ୍ତର୍ଗତ କରାଯାଇଛି । ରିପୋର୍ଟ ଅନୁଯାୟୀ ଯେଉଁ ଲୋକଙ୍କ ଓଜନ କମ୍ ଅର୍ଥାତ ଯେଉଁମାନଙ୍କ ବିଏମଆଇ ୧୮.୫ରୁ କମ ଅଛି, ସେମାନଙ୍କ ମଧ୍ୟରେ କୋଭିଡ ସଂକ୍ରମଣ ହେବାର ଆଶଙ୍କା କମ୍ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.