ଖୋଲିଲା ହୀରାକୁଦର ୮ ଟି  ଗେଟ୍,ତଳିଆ ଆଞ୍ଚଳର ଲୋକେ ଆତଙ୍କିତ

କେନ୍ୟୁଜ୍(ବ୍ୟୁରୋ):  ଖୋଲିଲା ହୀରାକୁଦର ୮ ଟି  ଗେଟ୍। ଗତ କାଲି ରାତି ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୮.୫୦ ଫୁଟରେ ପହଞ୍ଚିଛି। ଜଳଭଣ୍ଡାରର ଉପର ମୁଣ୍ଡରେ ୩.୪୬ ମିଲିମିଟର, ତଳ ମୁଣ୍ଡରେ ୫.୪୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୩୫ ହଜାର ୯୪୮ ଘନଫୁଟ ଜଳ ପ୍ରବେଶ କରୁଛି ଏବଂ ୧ଲକ୍ଷ ୩୫ ହଜାର ୯୪୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ପାଓ୍ବାର ଚେନାଲକୁ ୧୪ ହଜାର ୪୧୫ କ୍ୟୁସେକ, ସ୍ପିଲଓ୍ବେ ୧ ଲକ୍ଷ ୧୭ ହଜାର ୯୨୦ କ୍ୟୁସେକ, କେନାଲକୁ ୩୪୪୩ କ୍ୟୁସେକ, କାରଖାନାକୁ ୧୭୦ କ୍ୟୁସେକ ପାଣି ନିଷ୍କାସିତ ହେଉଛି। ଜଳ ନିଷ୍କାସନକୁ ଦେଖି ତଳିଆ ଆଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Leave A Reply

Your email address will not be published.