Below header

ଝରାଫୁଲ ଘଟଣାର ଅନ୍ୟତମ ଅଭିଯୁକ୍ତ ଅମରେଶ ଗିରଫ ପରେ କୋର୍ଟ ଚାଲାଣ

ଯାଜପୁର (କେନ୍ୟୁଜ) : ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ଘଟଣାରେ ଆଉ ଜଣେ ଗିରଫ। ଗିରଫ ଅଭିଯୁକ୍ତ ହେଲେ ଭୁବନେଶ୍ୱର ସୁନ୍ଦରପଦା ଅଂଚଳର ଅମରେଶ ରାଉତ। ଓୟୋ ଗେଷ୍ଟ ହାଉସ ବୁକ କରିବା ସହ ଝରାଫୁଲ ହତ୍ୟା ଷଡ଼ଯନ୍ତ୍ରରେ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶକୁ ସହଯୋଗ କରିଥିଲା ଅମରେଶ । ପୋଲିସ ତଦନ୍ତରୁ ଏହା ଜାଣିବା ପରେ ଆଜି ଅଭିଯୁକ୍ତ ଅମରେଶକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଯାଜପୁର ଏସପି ରାହୁଲ ପି.ଆର ସୂଚନା ଦେଇଛନ୍ତି।

amresh

ତେବେ ଘଟଣାର ଅନ୍ୟତମ ଅଭିଯୁକ୍ତ କୁହାଯାଉଥିବା ଶକ୍ତି ଶେଖର ସ୍ୱାଇଁ ଓରଫ ଶେଖର ଏଯାବତ ପୋଲିସ ଜାଲରେ ପଡ଼ିନାହିଁ। ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଏବେ ଜେଲରେ ଥିବା ବେଳେ ଶେଖରକୁ ଧରିବା ପାଇଁ ଯାଜପୁର ପୋଲିସ ଓ କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ତେବେ ଝରାଫୁଲ ମୃତ୍ୟୁ ଘଟଣାର ରହସ୍ୟ ଉପରୁ ଯାଜପୁର ପୋଲିସ ଏଯାବତ ପରଦା ହଟାଇ ପାରିନାହିଁ। ଶେଖର ପୋଲିସ କବଜାକୁ ଆସିଲେ ଘଟଣାର ରହସ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.