ସକାଳୁ ଶରୀର ହାଲିଆ ଲାଗିଲେ ଜାଣନ୍ତୁ ଏହାର କାରଣ ଓ କରନ୍ତୁ ସମାଧାନ

ଆଜିକାଲି ଯୁବକ ସମାଜଙ୍କୁ ସକାଳୁ ଉଠିବା ବହୁତ କଷ୍ଟ ହୋଇଥାଏ। ସକାଳୁ ଉଠିଲେ ତାଙ୍କର ପୁଣି ଶୋଇବାକୁ ଇଚ୍ଛା ହୁଏ। କିଛି ଜଣଙ୍କ ଶରୀର ହାଲିଆ ମଧ୍ୟ ଲାଗେ। ନିଦ ଲାଗେ। ଶେଯରୁ ଉଠିବା ନାଁ ଧରିଲେ ଭାରି କଷ୍ଟ ଲାଗେ। କିନ୍ତୁ ଏହା ପଛରେ ମଧ୍ୟ ରହିଛି ଏକ ବୈଜ୍ଞାନିକ କାରଣ। ଯେଉଁଥିପାଇଁ ସକାଳୁ ଉଠିଲେ ବିନା କୌଣସି କାରଣରେ ଶରୀରରେ କଷ୍ଟ ହୋଇଥାଏ। ଦର୍ଜ ହୋଇ ବିନ୍ଧା ଅନୁଭବ ହୁଏ। ଏମିତିକି ଦିନ ସାରା ପୀଡ଼ା ହୋଇଥାଏ।

ଶରୀରରେ ପୋଷକ ତତ୍ତ୍ୱ କମିଯିବା ଫଳରେ ଏହି ସମସ୍ୟା ଦେଖାଯାଏ। ତେବେ  ଆମେ ଆଜି ଆପଣଙ୍କୁ କହିବୁ ଆପଣ କେଉଁ ଖାଦ୍ୟ ଖାଇଲେ ଆପଣଙ୍କୁ ସେଥିରୁ ପୋଷକ ତତ୍ତ୍ୱ ମିଳିବ। ସାଧାରଣତଃ ଶରୀରରେ ଭିଟାମିନ-ଡିର ମାତ୍ରା କମିବା ଦ୍ୱାରା ଏହାର ପ୍ରଭାବ ରକ୍ତଚାପ ଉପରେ ପଡିଥାଏ। ଏହାର ଅଭାବରେ ରକ୍ତଚାପର ସ୍ଥିତି ଅସନ୍ତୁଳିତ ହୋଇଥାଏ।

morning87
pc: MeMD Blog-

ସକାଳୁ ଜଲଦି ଉଠିଲେ ମନରେ ଭୟ ଭାବ ଉତ୍ପନ ହୋଇଥାଏ। ଏହାଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ଡାଏବେଟିସ୍‌, ହାଇପରଟେନସନ ମଧ୍ୟ ଏହା କାରଣରୁ ହୋଇଥାଏ। ଡିପ୍ରେସନ, ହାଡ଼ରେ ପୀଡ଼ା ଅନୁଭବ, ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଆଦି ଦେଖାଯାଏ। ଏଥିରୁ ରକ୍ଷା ପାଇଁ ଜାଣନ୍ତୁ ଏହାର ସମାଧାନର ସୂତ୍ର।

ପ୍ରୋଟିନ:

ଶରୀରରେ ଶକ୍ତି ପାଇଁ ପ୍ରୋଟିନର ଆବଶ୍ୟକତା ରହିଛି । କ୍ଷୀର, ସୋୟାବିନ, ଅଣ୍ଡା, ଡାଲି ଓ ଆମିଷ ଜାତୀୟ ଖାଦ୍ୟରେ ଭରପୂର ମାତ୍ରାରେ ପ୍ରୋଟିନ ରହିଛି। ତେଣୁ ଏହାକୁ ଖାଇବା ଆବଶ୍ୟକ।

କ୍ୟାଲସିୟମ:

ହାଡ଼, ଦାନ୍ତ ଓ ମାଂସପେଶୀ ବ୍ୟତୀତ କ୍ୟାଲସିୟମ ହାର୍ଟ/ ହୃଦୟକୁ ସୁସ୍ଥ ରଖିଥାଏ। ଏହା ଛୋଟପିଲାଙ୍କ ପାଇଁ ନିତ୍ୟାନ୍ତ ଆବଶ୍ୟକ। କ୍ଷୀର, ଦହି, ପନିର, ଚକଲେଟ, ପାଳଙ୍ଗ ଶାଗ, ବ୍ରକୋଲି କୋବିରେ କ୍ୟାଲସିୟମ ରହିଥାଏ।

 

morning878690000
pc: Old farmer’s Almanac

ଫାଇବର:

ପାଚନ କ୍ରିୟାକୁ ଠିକ ରଖିବା ପାଇଁ ଫାଇବର ଯୁକ୍ତ ଖାଦ୍ୟ ନିହାତି ଆବଶ୍ୟକ। ସେଓ, ନାଶପାତୀ, ଓଟ୍ସ, ସାବୁ ଦାନା ଆଦିରେ ଏହା ପ୍ରଚୁର ମାତ୍ରାରେ ରହିଛି।

ଆଇରନ:

ଶରୀରରେ ରକ୍ତ ତିଆରି କରିବା ଓ ଅନ୍ୟ ଅଙ୍ଗକୁ ଅକ୍ସିଜେନ ପହଞ୍ଚାଇବାର କାମ ଆଇରନ ଯୁକ୍ତ ଖାଦ୍ୟର ହୋଇଥାଏ। ସାବୁ ଦାନା, ବିନସ୍‌, ଡାଳିମ୍ବ, ବିଟ ଓ ସବୁଜ ପନିପରିବାରେ ଆଇରନ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.