ଖରାଦିନେ ଲଗାନ୍ତୁ ଲେମ୍ବୁରସ-ଚିନିର ଫେସପ୍ୟାକ , ୩୦ମିନିଟରେ ପାଆନ୍ତୁ ଇନଷ୍ଟାଣ୍ଟ ଗ୍ଲୋ

ଖରାଦିନରେ ସୂର୍ଯ୍ୟଙ୍କ ଉତ୍ତାପ କାରଣରୁ ଏହାର ପ୍ରଭାବ ଆମ ଶରୀର ଉପରେ ପଡିଥାଏ। ସୂର୍ଯ୍ୟଙ୍କ କିରଣ ସିଧାସଳଖ ଭାବେ ଆମ ସ୍କିନ ଉପରେ ପଡ଼େ। ଯାହା କାରଣରୁ ଚେହେରାରେ ଦାଗ ପଡିବା ସହ ଉଜ୍ୱଳତା ହ୍ରାସ ପାଏ। ତେବେ ଏଥିରୁ ରକ୍ଷା ପାଇବା ପାଇଁ ଆମେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ସହଜ ଘରୋଇ ଉପାୟ। ଯାହା ଆପଣଙ୍କ ସ୍କିନ ଗ୍ଲୋ କରିବା ସହ ସୂର୍ଯ୍ୟଙ୍କ କିରଣରୁ ମଧ୍ୟ ଏହା ଆପଣଙ୍କୁ ରକ୍ଷା କରିବ।

skin0976
pc: Wedding Dresses

ଚେହେରାରେ ଦାଗ ପଡିଗଲେ ଲେମ୍ବୁରସ ସହ ଚିନି ମିଶ୍ରଣ ଏକ ଔଷଧିୟ ଦ୍ରବ୍ୟ ରୂପେ କାମ କରେ। ଲେମ୍ବୁ ଓ ଚିନି ମିଶାଇ ଆପଣ ଫେସପ୍ୟାକ ମଧ୍ୟ ତିଆରି କରିପାରିବେ। ପ୍ରଥମେ ୩ ରୁ ୪ଟି ଲେମ୍ବୁ ଆଣି ସେଥିରୁ ରସ ବାହାର କରନ୍ତୁ । ଏଥିରେ ଏକ ଚାମଚ ଚିନି ମିଶାନ୍ତୁ। ମିଶ୍ରଣ ପ୍ରସ୍ତୁତ ହେଲାପରେ ଏହାକୁ ଚେହେରାରେ ମସାଜ କରନ୍ତୁ। କିନ୍ତୁ ଧ୍ୟାନ ରଖିବେ ଏହି ମିଶ୍ରଣକୁ ଆପଣ ଆଖି ପାଖରେ ଲଗାଇବେ ନାହିଁ।

skin09
pc: Netmeds.com

ମସାଜ କରିବା ପରେ ଏହାକୁ ୩୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ପରେ ଥଣ୍ଡା ପାଣିରେ ଭଲ ଭାବେ ଧୋଇଦିଅନ୍ତୁ। ଏହି ମିଶ୍ରଣକୁ ସ୍କିନରେ ଆପ୍ଲାଏ କଲେ ଏହାର ଚେହେରାରେ ଥିବା କଳାଦାଗ ହଟିବା ସହ ସ୍କିନ ଗ୍ଲୋ କରିବ। ଉଜ୍ୱଳ ଦିଶିବ। କାରଣ ଲେମ୍ବୁରେ ଥିବା ଭିଟାମିନ -ସି ସ୍କିନ ପାଇଁ ଅନେକ ଲାଭଦାୟକ ହୋଇଥାଏ।

ଏହା ବ୍ୟତିିତ ଚେହେରାରୁ କଳାଦାଗ ହଟାଇବା ପାଇଁ ହଳଦୀ ବେସନର ଫେସପ୍ୟାକ ମଧ୍ୟ ବ୍ୟବହାର କରିପାରିବେ। ଏହି ପ୍ୟାକରେ ଦହି ଓ ଗୋଲାପ ଜଳ ମଧ୍ୟ ମିଶାଇପାରିବେ। ମାତ୍ର ଏହି ପ୍ୟାକ ଲଗାଇବା ପରେ ଆପଣ ସାବୁନର ବ୍ୟବହାର କରିବେ ନାହିଁ। ପ୍ରତିଦିନ ଏହାକୁ ଲଗାଇଲେ ତ୍ୱଚାରୁ ଦାଗ ହଟିବା ସହ ତ୍ୱଚା ଉଜ୍ୱଳ ଦିଶେ

skin0976423
pc: Elegant 365

ଚେହେରାରେ ପଡୁଥିବା କଳାଦାଗ ମୁହଁର ସୌନ୍ଦର୍ଯ୍ୟତାକୁ ହ୍ରାସ କରିଥାଏ। ପ୍ରାୟ ସମସ୍ତଙ୍କର ଆଖିତଳ କଳା ପଡିଥାଏ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ପାଚିଲା କଦଳୀ ଓ କ୍ଷୀରର ମିଶ୍ରଣକୁ ଆପଣ ମସାଜ କରିପାରିବେ। ଏହାକୁ ୩୦ ମିନିଟ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଏହା ଆପଣଙ୍କ ତ୍ୱଚା ପାଇଁ ବେଶ ଲାଭଦାୟକ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.