Below header

ଜୁଲାଇରୁ ବଢ଼ିପାରେ 7th Pay Commission, ଜାଣନ୍ତୁ କ’ଣ ରହିବ ଫାଇଦା

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର। ସରକାରଙ୍କ ପକ୍ଷରୁ ଏହି ଖୁସି ଖବର ମିଳିବାର ସୂଚନା ରହିଛି। ଚଳିତ ବର୍ଷ ଜୁନରେ ସରକାର ମହଙ୍ଗା ଭତ୍ତା ରୂପରେ ବଡ ଆର୍ଥକ ରାଶି ଦେବାର ଯୋଜନା ରଖିଛନ୍ତି। କରୋନା କାରଣରୁ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ଉପରେ ଏବେ ରୋକ ଲଗାଇଛନ୍ତି। କିନ୍ତୁ ଏହା ଜୁନ ୨୦୨୧ ପର୍ଯ୍ୟନ୍ତ ରହିବ। ଅର୍ଥାତ ଜୁଲାଇରେ ସରକାରଙ୍କ ତରଫରୁ ଏହାକୁ ନେଇ ବଡ ନିଷ୍ପତ୍ତି ଧାର୍ଯ୍ୟ କରାଯିବ। 7th0909

pc: Business Today

ସରକାରଙ୍କ ସୂଚନା ଅନୁଯାୟୀ ସମୟ କ୍ରମେ ମହଙ୍ଗା ଭତ୍ତାର ଘୋଷଣା କରାଯିବ କିନ୍ତୁ ଏହା ମୂଳ ବେତନ ସହ ଗଣାଯିବ ନାହିଁ। କରୋନା କାଳରେ ବ୍ୟବସ୍ଥା ବେହାଲ କାରଣରୁ ୩ଟି କିସ୍ତିରେ ସିଜିଏସ୍‌ ର ବେତନରେ ଏହାକୁ ମିଶାଯିବ। ପିଏଫର କାଲକୁଲେସନ ପାଇଁ ବେତନ ତଥା ଦରମା ସହ ମହଙ୍ଗା ଭତ୍ତାକୁ ମିଶାଯାଏ। ତେଣୁ ମହଙ୍ଗା ଭତ୍ତା ବଢ଼ିଲେ ପିଏଫ ବାଲାନସ୍‌ ମଧ୍ୟ ବୃଦ୍ଧି ପାଇବ।

୭ମ ବେତନ ଆୟୋଗ ଅନୁଯାୟୀ ଯଦି କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି ନହୁଏ ତେବେ ଏଭଳି ପରିସ୍ଥିତିରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଉପରେ ମଧ୍ୟ ଭାରୀ ପ୍ରଭାବ ପଡିବ। ତେବେ ଏଥିପାଇଁ କର୍ମଚାରୀଙ୍କ ଜୁନ ୨୦୨୧ ପରେ ୪% ମହଙ୍ଗା ଭତ୍ତା ବଢ଼ିବାର ସମ୍ଭାବନା ରହିଛି। ଖବର ଅନୁଯାୟୀ, କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ ୧୭% ରୁ ୨୮% ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।

789
pc: India Tv News

ଆମେ ଜାଣିଛେ ଯେ ଦରମା ସହ ମହଙ୍ଗା ଭତ୍ତାର କିଛି ଅଂଶ ପ୍ରୋଭିଡେଣ୍ଟ ଫଣ୍ଡ ପାଇଁ କଟିଥାଏ। ଯଦି ମହଙ୍ଗା ଭତ୍ତା ୧୭ ରୁ ୨୮% ପର୍ଯ୍ୟନ୍ତ ବଢ଼େ, ତେବେ ଏଥିରେ ପିଏଫ କଣ୍ଟ୍ରିବ୍ୟୁସନ ମଧ୍ୟ ବଢ଼ିବ। ଅଧିକ ସମୟ ଧରି ଲୋକମାନଙ୍କ ପାଇଁ ଏହା ଲାଭଦାୟକ ହେବ।

ଗତବର୍ଷରୁ କରୋନା ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କ ସହ ପେନସନଭୋଗୀଙ୍କର ମଧ୍ୟ ମହଙ୍ଗା ଭତ୍ତା ରୋକାଯାଇଛି। ଯଦି ମହଙ୍ଗା ଭତ୍ତା ଲାଗୁ ହୋଇଯାଏ ତାହେଲେ ୫୮ ଲକ୍ଷ ପେନସନ ଭୋଗୀ ଉପକୃତ ହେବେ। ସେଣ୍ଟ୍ରାଲ ଗଭର୍ମେଣ୍ଟ କର୍ମଚାରୀଙ୍କୁ ମଧ୍ୟ ଏହାର ଲାଭ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.