ଠାକୁରମୁଣ୍ଡା : ସାଲେଇବେଡାରେ କାଳ ବୈଶାଖୀର ତାଣ୍ଡବ, ବଜ୍ରପାତରେ ଜଣେ ମୃତ

କରଞ୍ଜିଆ(କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଳା ଠାକୁରମୁଣ୍ଡା ତହସିଲ୍‌ ଅନ୍ତର୍ଗତ ଖଡିଦମକ ଗ୍ରାମରେ କାଳବୈଶାଖୀର ତାଣ୍ଡବରେ ଘରଦ୍ୱାର ଭାଙ୍ଗିଯାଇଥିବା ବେଳେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ତହସିଲ ଅନ୍ତର୍ଗତ ସାଲେଇବେଡା ପଞ୍ଚାୟତର ଖଡିଦମକ ଗ୍ରାମରେ କାଳବୈଶାଖୀ ତାଣ୍ଡବ ରଚିଛି।ଏହାର ପ୍ରଭାବରେ ଲୋକଙ୍କ ଘର ଛାଉଣୀ ଉଡ଼ିଯିବା ସହ ଗ୍ରାମରେ ଅନେକ ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି । ଆଜି ଅପରାହ୍ଣ ସମୟରେ ବର୍ଷା ସହ ଜୋର ପବନ ବହିବା ଫଳରେ ଗ୍ରାମର ମଙ୍ଗଲ ସିଂ ସଏ, ଚିଲୁକା ହୋ, ବିଶ୍ୱନାଥ ଦାସଙ୍କ ଘରର ଛାଉଣି ଉଡିଯାଇଛି।

Kalabaisakhi deas

ଏଥିସହିତ ଅନେକଗୁଡିଏ ଗଛ ଭାଙ୍ଗି ତଳେ ପଡିଯାଇଥିବା ବେଳେ ଗ୍ରାମକୁ ଯାଇଥିବା ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇ ଥିବାର ଜଣାପଡ଼ିଛି। ସେହିପରି ସୁକୃଳି ବ୍ଲକର ଗୁହାଳ ଚୁଟିଆ ଗ୍ରାମରେ ଘଟିଛି ଅଘଟଣ । ଉକ୍ତ ଗ୍ରାମର ସୁନା ପୂର୍ତ୍ତି ନାମକ ଜୈନେକ ଯୁବକ ପୋଖରୀକୁ ଗାଧେଇବା ପାଇଁ ଯାଉଥିବା ବେଳେ ବଜ୍ରାଘାତ ହେବା ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା  ଜଣାପଡ଼ିଛି ।ମୃତ୍ୟୁ ଖବର ଗ୍ରାମରେ ପ୍ରଚାର ହେବା ପରେ ଶୋକର  ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.